ଖେଲୋ ଇଣ୍ଡିଆ ଗେମ୍‍ସ: ଭାରୋତ୍ତୋଳନରେ କିଟ ଛାତ୍ରୀ ସ୍ନେହାଙ୍କୁ ସ୍ୱର୍ଣ୍ଣ

0
440
ଖେଲୋ ଇଣ୍ଡିଆ ଗେମ୍‍ସ: ଭାରୋତ୍ତୋଳନରେ କିଟ ଛାତ୍ରୀ ସ୍ନେହାଙ୍କୁ ସ୍ୱର୍ଣ୍ଣ
ଖେଲୋ ଇଣ୍ଡିଆ ଗେମ୍‍ସ: ଭାରୋତ୍ତୋଳନରେ କିଟ ଛାତ୍ରୀ ସ୍ନେହାଙ୍କୁ ସ୍ୱର୍ଣ୍ଣ
ଭୁବନେଶ୍ୱର: ଏପ୍ରିଲ ୨୫ : ବାଙ୍ଗାଲୋରଠାରେ ଚାଲୁଥିବା ଦ୍ୱିତୀୟ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାରେ କିଟ ଛାତ୍ରୀ ସ୍ନେହା ସୋରେନ୍‍ କମାଲ ପ୍ରଦର୍ଶନ କରିଛନ୍ତି। ୪୯କେଜି ଭାରୋତ୍ତୋଳନ ବର୍ଗରେ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରି ସ୍ନେହା କିଟ, କିସ ତଥା ସମଗ୍ର ଓଡ଼ିଶାକୁ ଗୌରବ ଆଣିପାରିଛନ୍ତି। ଏହା ସହିତ ସ୍ନେହା ସ୍ନାଚ୍‍ ଇଭେଣ୍ଟରେ ୬୯ କେଜି ଭାରୋତ୍ତୋଳନ କରିଥିବା ବେଳେ କ୍ଲିନ୍‍ ଓ ଜର୍କ ଇଭେଣ୍ଟରେ ୯୨ କେଜି ସହ ମୋଟ ୧୬୧ କେଜି ଭାରୋତ୍ତୋଳନ କରିଥିଲେ।
ଏହା ପୂର୍ବରୁ ସ୍ନେହା ଗୁଣ୍ଟୁରଠାରେ ସର୍ବଭାରତୀୟ କ୍ରୀଡ଼ା ପ୍ରତିଯେଗିତାରେ ଅଂଶଗ୍ରହଣ କରି ରେକର୍ଡ ସହ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ନିକଟରେ କିଟ୍‍ ଷ୍ଟାଡ଼ିଅମରେ ଅନୁଷ୍ଠିତ ହୋଇଯାଇଥିବା ଜାତୀୟ ଭାରୋତ୍ତୋଳନ ଚାମ୍ପିଅନ୍‍ସିପର ମହିଳା ବିଭାଗରେ ମଧ୍ୟ ସ୍ନେହା କାଂସ୍ୟ ପଦକ ହାସଲ କରି ତାଙ୍କ ପ୍ରତିଭାର ପରିଚୟ ସୃଷ୍ଟି କରିପାରିଥିଲେ। ଦ୍ୱିତୀୟ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାରେ ସ୍ନେହାଙ୍କ ସଫଳତା ପାଇଁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।’
Also Read  International Conference on Library Science in KIIT