ଗାଡ଼ି ଚାଳନା ବେଳେ ମୋବାଇଲରେ ଗପି ଜରିମାନା ଦେଲେ ୨୩ ଜଣ, ବାତିଲ୍ ହେବ ଡିଏଲ୍

0
119

କୋରାପୁଟ: କଣ ଆପଣ ମଧ୍ୟ ମୋବାଇଲରେ ଗପି ଗପି ଗାଡ଼ି ଚଳାଉଛନ୍ତି । ଯଦି ହଁ ତେବେ ସାବଧାନ ହୋଇ ଯାଆନ୍ତୁ । ନଚେତ୍ ଜରିମାନା ଦେବା ସହ ବାତିଲ୍ ହୋଇଯିବ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ । କୋରାପୁଟ ଟାଉନ୍ ଥାନା ପୋଲିସ ପକ୍ଷରୁ ଚେକିଂକୁ ଜୋରଦାର କରାଯାଇଛି । ବିଭିନ୍ନ ସ୍ଥାନରେ ପୋଲିସ ଚେକିଂ ବେଳେ ମୋବାଇଲରେ ଗପି ଗାଡ଼ି ଚଳାଉଥିବା ଚାଳକଙ୍କ ଉପରେ ନଜର ରଖୁଛି ।

ମଙ୍ଗଳବାର କୋରାପୁଟ ସହରର ବିଭିନ୍ନ ସ୍ଥାନରେ ପୋଲିସ ଚେକିଂ କରିଥିଲା । ମୋବାଇଲରେ ଗପି ଗାଡ଼ି ଚଳାଉଥିବା ୨୩ ଜଣଙ୍କ ଠାରୁ ୧ ଲକ୍ଷ ୧୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଏଥିସହ ଧରାପଡ଼ିଥିବା ୨୩ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ୍ ପାଇଁ ପଦକ୍ଷେପ ନେଇଛି ପୋଲିସ । ଆଗକୁ ମଧ୍ୟ ଏଭଳି ଅଭିଯାନକୁ ଜୋରଦାର କରାଯିବ ବୋଲି କହିଛନ୍ତି ଟାଉନ୍ ଥାନା ଅଧିକାରୀ ଧିରେନ ପଟ୍ଟନାୟକ ।

Also Read  ଦୃଶ୍ୟମାନ ହେଲା ବାତ୍ୟା 'ଅସାନି'ର ଆଖି; ପୁରୀଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୫୭୦ କି.ମି ଦୂରରେ ବାତ୍ୟା

LEAVE A REPLY

Please enter your comment!
Please enter your name here