ଆଜି ବି ବଞ୍ଚିଛି ମାନବିକତା; ତୃଷାର୍ତ୍ତ ମାଙ୍କଡ଼କୁ ପାଣି ପିଆଇଲେ ପୋଲିସ ବାବୁ, ବାଃ ବାଃ କରୁଛି ସାରା ଦେଶ

0
375
humanity of traffic police constable-giving-water-to-monkey

ନୂଆଦିଲ୍ଲୀ: ଆଜି ବି ବଞ୍ଚିଛି ମାନବିକତା । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ମନୁଷ୍ୟଠାରୁ ଆରମ୍ଭ କରି ପଶୁପକ୍ଷୀ ପର୍ଯ୍ୟନ୍ତ ସମସ୍ତେ କଲବଲ । ଏଭଳି ପ୍ରଚଣ୍ଡ ଖରାରେ ନିଜ ପୋଷା ପଶୁପକ୍ଷୀଙ୍କୁ ଘରେ ରଖୁଥିବା ସମୟରେ ବାହାର ପଶୁଜନ୍ତୁଙ୍କୁ ଅପରିଚ୍ଛନ୍ନ ଭାବି ହୁଡାଇ ଦେଉଥିବାବେଳେ ମହାରାଷ୍ଟ୍ରରୁ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହା ଏହି ସ୍ୱାର୍ଥ ସର୍ବସ୍ୱ ସମାଜ ଭିତରେ ବି ମାନବିକତାର ନିଖୁଣ ବାର୍ତ୍ତା ଦେଉଛି ।

ଏବେ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି , ଯେଉଁଥିରେ ଜଣେ ପୋଲିସ ବାବୁ ଜଙ୍ଗଲରୁ ବାହାରି ଆସୁଥିବା ପଶୁଙ୍କୁ ପାଣି ପିଆଉଥିବା ଦେଖିବାକୁ ମିଳୁଛିି । ଏହି ଭିଡିଓରେ ସେ ଏକ ମାଙ୍କଡକୁ ଅତି ଯତ୍ନରେ ପାଣି ପିଆଉଥିବାର ଦେଖିବାକୁ ମିଳୁଛି । ମାଙ୍କଡଟି ବିନା କାହାରି ଡରରେ ପୋଲିସ ବାବୁଙ୍କ ହାତରୁ ପାଣି ପିଇ ଚାଲିଛି । ଏଭଳି ଘଟଣା ଆସିଛି ମୁମ୍ବାଇ ଅହମଦାବାଦ ବାଟରେ ପଡୁଥିବା ମାଲଶେଜ ଘାଟ ଅଞ୍ଚଳରୁ ।

ଆଇଏଏସ୍ ଅବନୀଶ ଶରଣ ଟ୍ଵିଟରରେ ସେୟାର କରିଥିବା ଏହି ଭିଡିଓରେ ଡ୍ୟୁଟିରେ ଥିବା ଜଣେ ଟ୍ରାଫିକ୍ କନେଷ୍ଟବଳ ଏକ ମାଙ୍କଡ଼କୁ ନିଜ ହାତରେ ପାଣି ପିଆଉଛନ୍ତି। ଏହି ଟ୍ରାଫିକ୍ କନେଷ୍ଟବଳ ଜଣଙ୍କ ହେଉଛନ୍ତି ସଞ୍ଜୟ ଘୁଡେ। ମାଙ୍କଡ଼ଟି ସଞ୍ଜୟଙ୍କ ହାତରୁ ଖୁବ୍ ଆରାମରେ ପାଣି ପିଉଛି। ଏହି ଭିଡିଓଟି ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ୟୁଜରମାନେ ଏହାକୁ ଖୁବ୍ ପସନ୍ଦ କରୁଛନ୍ତି ଏହା ସହ ସଞ୍ଜୟଙ୍କୁ ପ୍ରଶଂସା କରୁଛନ୍ତି।

Also Read  Attack on three traffic police personnel in State Capital of Odisha