ସ୍ତ୍ରୀ’ର ଅଶ୍ଳୀଳ ଫଟୋ ଭାଇରାଲ ଅଭିଯୋଗରେ ଗିରଫ ହେଲା ସ୍ୱାମୀ

0
3267
husband-arrested-for-viral-his-wifes-nude-photos

ଭୁବନେଶ୍ୱର: ରାଜଧାନୀରେ ନିଜ ସ୍ତ୍ରୀଙ୍କ ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ କରି ଗିରଫ ହେଲେ ସ୍ୱାମୀ । ପତ୍ନୀର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ଫେସବୁକରେ ପୋଷ୍ଟ ଦେଖି ପଡୋଶୀ ପତ୍ନିଙ୍କୁ ଜଣାଇଲେ । ଖବର ପାଇ ପତ୍ନୀ ଥାନାରେ ଅଭିଯୋଗ କରିଛନ୍ତି । ଅଶ୍ଳୀଳ ଫଟୋ ପୋଷ୍ଟ କରି ଭାଇରାଲ୍ କରିବା ଅଭିଯୋଗରେ ଗତକାଲି ଭୁବନେଶ୍ଵର ସାଇବର ଥାନା ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ।

ସୂଚନା ଅନୁସାରେ ଭୁବନେଶ୍ୱର ମଞ୍ଚେଶ୍ୱର‌ ଅଞ୍ଚଳରେ ଘରୋଇ ମେଡ ଭାବେ କାମ କରୁଥିଲେ ପତ୍ନୀ । ହେଲେ ସ୍ବାମୀ ଭଦ୍ରକରେ‌ ରହି ପାଇପ ମିସ୍ତ୍ରୀ ଭାବେ କାମ କରୁଥିଲେ । ପତ୍ନୀ ଧିରେ‌ ଧିରେ ସ୍ୱାମୀକୁ କିଛି ଟଙ୍କା ପଠାଉଥିଲେ । ଯେଉଁ ଟଙ୍କାରେ ସ୍ୱାମୀ ନିଶା ପିଇ ମାତାଲ ହେଉଥିଲା । ମାତ୍ର ଏବେ କିଛି ଦିନ ହେଲା ପତ୍ନୀର‌ ସମସ୍ୟା ଯୋଗୁଁ ପଇସା ପଠାଇପାରି ନଥିଲେ । ଯାହାକୁ ନେଇ ପତି ପତ୍ନୀ ମଧ୍ୟରେ ମତାନ୍ତର ହେଉଥିଲା । ଏନେଇ ସ୍ୱାମୀ ପତ୍ନୀର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲା । ଆଉ ସେହି ପୋଷ୍ଟକୁ ପଡୋଶୀ ଦେଖି ପତ୍ନୀକୁ ଖବର ଦେଲା ପରେ ଭୁବନେଶ୍ୱର ଡିସିପି ଅଫିସରେ ଅଭିଯୋଗ କରିଥିଲେ ପତ୍ନୀ । ଆଇପିସି ଧାରା ୩୮୩ , ୪୨୦ , ୪୯୮ ( ଏ ) , ୫୦୯ ଏବଂ ଆଇଟି ଆକ୍ଟ ଧାରା ୬୭ , ୬୭( ଏ )ରେ ପୋଲିସ ଭଦ୍ରକ ଚାନ୍ଦବାଲିରୁ ଅଭିଯୁକ୍ତ ସରୋଜ କୁମାର ଦାସକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Also Read  Stage set for annual Rath Yatra in Odisha

LEAVE A REPLY

Please enter your comment!
Please enter your name here