ରାଜ୍ୟର କୃଷକଙ୍କ ପାଇଁ ଖୁସି ଖବର: ସମବାୟ ବ୍ୟାଙ୍କ ଋଣରେ ମିଳିବ ୨ ପ୍ରତିଶତ ରିହାତି

0
220
Farmers in the state will get a 2 per cent rebate on cooperative loans

ଭୁବନେଶ୍ୱର: ରାଜ୍ୟର କୃଷକଙ୍କ ପାଇଁ ଖୁସି ଖବର । କୃଷକଙ୍କୁ ସମବାୟ ଋଣରେ ମିଳିବ ୨ପ୍ରତିଶତ ରିହାତି । ଉପକୃତ ହେବେ ରାଜ୍ୟରେ ଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ବସିବ । ବୈଠକରେ ଉଭୟ କୃଷି ଓ ସମବାୟ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେବେ ।

ରାଜ୍ୟ ସରକାର ସବୁବେଳେ ଚାଷକୁ ଗୁରୁତ୍ୱ ଦେଇ ଆସୁଛନ୍ତି । ଏଥିପାଇଁ କାଳିଆ ଓ ବଳରାମ ଯୋଜନା ଆରମ୍ଭ ହୋଇଛି । ସେହିପରି ଚାଷୀଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ଚାଷ ପାଇଁ କ୍ଷୁଦ୍ର ଓ ନାମମାତ୍ର ଚାଷୀ ସମବାୟ ଋଣ ଉପରେ ନିର୍ଭର କରିଥାନ୍ତି । ତେଣୁ ଋଣରେ ରିହାତି ମିଳିଲେ ଚାଷୀମାନେ ଉପକୃତ ହେବେ ।

Also Read  ସାମାନ୍ୟ ବଚସା କୁ ନେଇ ବାଇକ ଉପରେ କାର ଚଢାଇଦେଲେ କାର ଚାଳକ

LEAVE A REPLY

Please enter your comment!
Please enter your name here