ବଜାୟ ରହିଲା ପ୍ରଧାନମନ୍ତ୍ରୀ ପଦ; ଅନାସ୍ଥା ଭୋଟରେ ଜିତିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍

0
3254
british-pm-boris-johnson-wins-confidence-vote

ଲଣ୍ଡନ: ଅନାସ୍ଥା ଭୋଟରେ ଜିତିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । ବୋରିସ୍ ଜନସନଙ୍କ ବିରୋଧରେ ତାଙ୍କର ହିଁ ଦଳ କଂଜରଭେଟିଭ ପାର୍ଟିର କିଛି ସାଂସଦଙ୍କ ପକ୍ଷରୁ ଆଗତ ଅନାସ୍ଥା ପ୍ରସ୍ତାବ କାଟ୍ ଖାଇଛି । ଜନସନ ୫୯% ସମର୍ଥନ ସହ ଅନାସ୍ଥା ଭୋଟରେ ଜିତି ପ୍ରଧାନମନ୍ତ୍ରୀ ପଦ ବଜାୟ ରଖିଛନ୍ତି ।

କଂଜରଭେଟିଭ ପାର୍ଟିର ୨୧୧ ସାଂସଦ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ସପକ୍ଷରେ ଭୋଟ୍ ଦେଇଥିବାବେଳେ ୧୪୮ ଜଣ ତାଙ୍କ ବିପକ୍ଷରେ ଭୋଟ୍ ଦେଇଥିଲେ।

କରୋନା ମହାମାରୀ ସମୟରେ ବ୍ରିଟେନରେ ଲକଡାଉନ୍ ଜାରି ରହିଥିବା ବେଳେ ନିୟମ ଉଲ୍ଲଂଘନ କରି ଜନସନ୍ ପାର୍ଟି କରିଥିଲେ । ଏଥିପାଇଁ ଜନସନ୍ ସମାଲୋଚନାର ପାତ୍ର ହୋଇଥିଲେ । ପରେ ସେ କ୍ଷମା ମାଗିଥିଲେ। କିନ୍ତୁ ଏହି ମାମଲା ଥଣ୍ଡା ପଡ଼ିନଥିଲା ଏବଂ ତାଙ୍କ ଦଳ ବ୍ୟତୀତ ବହୁ ସାଂସଦ ବୋରିସ୍ ଜନସନଙ୍କୁ ପ୍ରଧାନମନ୍ତ୍ରୀ ପଦ ଛାଡିବାକୁ ଚାପ ପକାଇଥିଲେ । ତାଙ୍କ ଦଳର କିଛି ସାଂସଦ ଜନସନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ।

ଅନାସ୍ଥା ଭୋଟରେ ଜିତିବା ପରେ ଜନସନ୍ ପ୍ରଧାନମନ୍ତ୍ରୀ ଭାବେ ପଦ ବଜାୟ ରଖିବେ । କିନ୍ତୁ ସମାଲୋଚକମାନେ କହିଛନ୍ତି ଯେ ଜନସନଙ୍କ ବିରୋଧରେ ବଢୁଥିବା ଅସନ୍ତୋଷରୁ ସ୍ପଷ୍ଟ ସଙ୍କେତ ମିଳିଛି ‌ ଯେ ଦଳ ଭିତରେ ତାଙ୍କ ପତିଆରା ହ୍ରାସ ପାଉଛି ।

Also Read  ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଦୌଡରେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ !

LEAVE A REPLY

Please enter your comment!
Please enter your name here