ଗିରଫ ପିଙ୍କି ପ୍ରଧାନଙ୍କ ନାଁରେ ଆଉ ଏକ ଅଭିଯୋଗ

0
908

କଟକ : ଗିରଫ ବ୍ଲୁ ଷ୍ଟାର ବିଲଡର ପିଙ୍କି ପ୍ରଧାନଙ୍କ ନାଁରେ ଥାନାରେ ରୁଜୁ ହୋଇଛି ଆଉ ଏକ ମାମଲା। ସେ ଜଣେ ବ୍ୟକ୍ତିଙ୍କ ଜମି ହଡ଼ପ କରିଥିବା ନେଇ ବାରଙ୍ଗ ଥାନାରେ ଅଭିଯୋଗ ହୋଇଛି।

ରାହୁଲ ଭର୍ତ୍ତିଆ ନାମକ ଜଣେ ବ୍ୟକ୍ତି ପିଙ୍କିଙ୍କ ନାଁରେ ଜମି ହଡ଼ପ ଅଭିଯୋଗ ଆଣିଛନ୍ତି। ପିଙ୍କି ତାଙ୍କର ୧ ଏକର ୨୮ ଡିସିମିଲ ଜମି ହଡ଼ପ କରିଥିବା ସେ ଅଭିଯୋଗ କରିଛନ୍ତି। ଏମିତିକି ପିଙ୍କି ତାଙ୍କୁ ଧମକଚମକ ଦେଇଥିବା ସେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ପୂର୍ବରୁ ଅନ୍ୟ ଏକ ଜମି ହଡ଼ପ ମାମଲାରେ ଗିରଫ ହୋଇଥିବା ପିଙ୍କିଙ୍କୁ ଗତକାଲି କୋର୍ଟ ଚାଲାଣ କରାଯାଇଥିଲା। କଟକ ବାରଙ୍ଗ ଥାନା ଅଞ୍ଚଳରେ କୁନ୍ତି ପ୍ରଧାନ ନାମକ ଜଣେ ମହିଳାଙ୍କ ଜମି ଉପରେ ସେ ଜୋର ଜବରଦସ୍ତ ରାସ୍ତା ନିର୍ମାଣ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏମିତିକି ବିରୋଧ କରିବାକୁ କୁନ୍ତି ଓ ତାଙ୍କ ପରିବାର ଲୋକଙ୍କୁ ପିଙ୍କି ଓ ତାଙ୍କର କିଛି ସହଯୋଗୀ ମାଡ଼ ମାରି ଆହତ କରି ଦେଇଥିଲେ।

Also Read  Puri Police Issues Traffic Regulations for New Year 2025