ଗୁରୁବାର ସକାଳେ ଦକ୍ଷିଣ ଇରାନରେ ତୀବ୍ର ଭୂକମ୍ପ ଝଟ୍‌କା

0
396

ଗୁରୁବାର ସକାଳେ ଦକ୍ଷିଣ ଇରାନରେ ତୀବ୍ର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୬ ରହିଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ପୃଥିବୀଠାରୁ ୧୦ କିଲୋମିଟର ଗଭୀରରେ ରହିଥିଲା। ତେବେ ସବୁଠାରୁ ବଡ଼ କଥା ହେଉଛି ବର୍ତ୍ତମାନ ପର୍ଯ୍ୟନ୍ତ ଇରାନରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ। ଏହାପୂର୍ବରୁ ବୁଧବାର ଜାପାନରେ ମଧ୍ୟ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା। ସେଠାରେ ରିକ୍ଟର ସ୍କେଲର ତୀବ୍ରତା ୭.୧ ରହିଥିଲା ।

ମିଡିଆ ରିପୋର୍ଟ ଅନୁସାରେ ଜାପାନରେ ଭୂକମ୍ପର ତୀବ୍ରତା ୭.୧ ରହିଥିଲା। ଏହି ଭୂକମ୍ପ ବୁଧବାର ତାରି ୮.୦୬ ଟାରେ ଅନୁଭୂତ ହୋଇଥିଲା। ଜାପାନର ରାଜଧାନୀ ଟୋକିଓ ଠାରୁ ୨୯୭ କିମି ଉତ୍ତରପୂର୍ବ ଦିଗରେ ଭୂକମ୍ପ କେନ୍ଦୀଭୂତ ହୋଇଛି । ଭୂମିକମ୍ପ ପରେ ଅନେକ ଅଞ୍ଚଳରେ ବଦ୍ୟୁତ ସରବରାହ ବନ୍ଦ ହୋଇଯାଇଛି । ବ୍ୟାପକ ଅଞ୍ଚଳରେ କ୍ଷୟକ୍ଷତି ଘଟିଥିବା ସନ୍ଦେହ କରାଯାଉଛି । ତେବେ ବଡ ଧରଣର ଭୂମିକମ୍ପ ପରେ ସୁନାମୀ ନେଇ ସତର୍କ ସୂଚନା ଜାରି କରାଯାଇଛି ।

ଅନ୍ୟପଟେ ଗତକାଲି ରାତିରେ ଜାପାନରେ ହୋଇଥିବା ଭୂକମ୍ପରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାସହିତ ଅନେକ ଲୋକ ମଧ୍ୟ ଆହାତ ହୋଇଛନ୍ତି। ଏହି ଭୂକମ୍ପ ଯୋଗୁଁ ଜାପାନର ଶିରୋଇଶିରେ ଏକ ବୁଲେଟ୍ ଟ୍ରେନ୍ ଟ୍ରାକରୁ ଖସି ପଡ଼ିଥିଲା।ତେବେ ୨୦୧୧ ପରେ ଦୀର୍ଘ ୧୧ ବର୍ଷ ପରେ ପୁଣି ଏହି ବିପର୍ଯ୍ୟୟ ସାମ୍ନା କରିଛନ୍ତି ଜାପାନ ବାସୀ। ​

Also Read  କାର୍- ବସ୍ ମୁହାଁମୁହିଁ ଧକ୍କା: ଜଣଙ୍କର ମୃତ୍ୟୁ, ୧୦ରୁ ଅଧିକ ଯାତ୍ରୀ ଆହତ

LEAVE A REPLY

Please enter your comment!
Please enter your name here