ଗୋଟିଏ ନୁହେଁ ଦୁଇଟି ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ ‘RRR’, ଜାଣନ୍ତୁ ଡିଟେଲ୍

0
548

ନୂଆଦିଲ୍ଲୀ : ‘RRR’ ବକ୍ସ ଅଫିସରେ କମାଲ କରିଛି। ଫିଲ୍ମଟି ବର୍ତ୍ତମାନ ପର୍ଯ୍ୟନ୍ତ ସାରା ବିଶ୍ୱରେ ୭୫୦ କୋଟିରୁ ଅଧିକ ରୋଜଗାର କରିଛି। ଏହି ଫିଲ୍ମ ହିନ୍ଦୀ, ତେଲୁଗୁ, ମାଲାୟାଲମ୍, ତାମିଲ ଏବଂ କନ୍ନଡ ଭାଷାରେ ରିଲିଜ୍ ହୋଇଥିଲା। ବର୍ତ୍ତମାନ ଏହା OTT ରେ ରିଲିଜ୍ ହେବାକୁ ଯାଉଛି। ‘RRR’ ଗୋଟିଏ ନୁହେଁ ଦୁଇଟି OTT ପ୍ଲାଟଫର୍ମରେ ରିଲିଜ୍ କରିବ। ଏହି ଫିଲ୍ମଟି ଥାଲାଇଭି କିମ୍ବା ରାଧେଶ୍ୟାମ ପରି ରିଲିଜ୍ ହେବ। ଆଞ୍ଚଳିକ ଭାଷାରେ Zee5 ରେ RRR ରିଲିଜ୍ ହେବ।

ସୂଚନା ଅନୁଯାୟୀ, ତେଲୁଗୁ, ତାମିଲ, ମାଲାୟାଲମ୍, ଏବଂ କନ୍ନଡ଼ରେ Zee5 ରେ ଦେଖିବାକୁ ମିଳିବ। ରିଲିଜର ଦୁଇ ମାସ ପରେ, ଫିଲ୍ମଟି Zee5 ରେ ଆସିବ। ହିନ୍ଦୀ ବ୍ୟତୀତ ସମସ୍ତ ଭାଷାରେ ଫିଲ୍ମ OTT ରେ ଆସିବ। ତେବେ ହିନ୍ଦୀ ଦର୍ଶକଙ୍କୁ OTT ରେ ଫିଲ୍ମ ଦେଖିବା ପାଇଁ ଟିକିଏ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ । ହିନ୍ଦୀରେ ଏହି ଫିଲ୍ମ ନେଟଫ୍ଲିକ୍ସରେ ରିଲିଜ୍ ହେବ। ଏହା ଜୁନ୍ ୨୫ରେ OTT ରେ ଆସିବ।

Also Read  ରଣପୁରରୁ ଧରାପଡିଲା ନକଲି ଡାକ୍ତର ରମେଶ ସ୍ୱାଇଁର ଡ୍ରାଇଭର ପପୁ

LEAVE A REPLY

Please enter your comment!
Please enter your name here