ରାଜଧାନୀରେ ସିରିଜ୍ ଦୁର୍ଘଟଣା : କାର୍‌କୁ ପଛପଟୁ ପିଟିଲା ଟ୍ରକ୍, ଡ୍ରାଇଭର୍ ମୃତ

0
508
palasuni-accident-issue police-arrested-truck driver

ଭୁବନେଶ୍ଵର : ଭୁବନେଶ୍ଵର ପଳାଶୁଣିରେ ସିରିଜ୍ ଦୁର୍ଘଟଣା। କାର୍‌କୁ ପଛପଟୁ ପିଟିଲା ଟ୍ରକ୍। ଡ୍ରାଇଭର୍ ମୃତ। ତେବେ କାର୍‌ଟି ସମ୍ପୂର୍ଣ୍ଣ ଭାବେ ଚୂରମାର୍ ହୋଇଯାଇଛି। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଛି। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ସୋମବାର ସକାଳେ ପଳାଶୁଣି ଛକରେ ସିରିଜ୍ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ଭାରସାମ୍ୟ ହରାଇ ଏକ କାର୍‌କୁ ପଛ ପଟୁ ଧକ୍କା ଦେଇଥିଛି, ଏହାପରେ ଏକ ବାଇକ୍‌କୁ ମଧ୍ୟ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ କାର୍‌ଟି ସମ୍ପୂର୍ଣ୍ଣ ଭାଙ୍ଗି ଚୁର୍‌ମାର ହୋଇଯାଇଥିବା ବେଳେ ଏକ ପଲ୍‌ସର ବାଇକ୍‌ ମଧ୍ୟ ଭାଙ୍ଗିଯାଇଛି । ଏହି ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିବା ସହ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଜବତ କରିଛି। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

Also Read  ବିଷାକ୍ତ ମଦ ପିଇ ୨୯ ମୃତ, ଶତାଧିକ ଅସୁସ୍ଥ