ଗ୍ରୀଷ୍ମ ଋତୁ ଏବଂ ମୌସୁମୀ ଋତୁକୁ ଆଖି ଆଗରେ ରଖି ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ

0
590
ଗ୍ରୀଷ୍ମ ଋତୁ ଏବଂ ମୌସୁମୀ ଋତୁକୁ ଆଖି ଆଗରେ ରଖି ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ
ଗ୍ରୀଷ୍ମ ଋତୁ ଏବଂ ମୌସୁମୀ ଋତୁକୁ ଆଖି ଆଗରେ ରଖି ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ଏପ୍ରିଲ ୨୬ ତାରିଖ : ୨୦୧୯ ମସିହାରେ ମେ ମାସରେ ଓଡିଶାରେ ଗ୍ରୀଷ୍ମକାଳୀନ ବାତ୍ୟା “ଫନୀ” ସଂଘଠିତ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ଗ୍ରୀଷ୍ମ ଋତୁ ପାଇଁ ଏବଂ ଆଗକୁ ମୌସୁମୀ ଋତୁକୁ ଆଖି ଆଗରେ ରଖି ଆଗକୁ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଆଜି ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ଠାରେ ଆଭାସି ବ୍ୟବସ୍ଥା ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି ।
ବୈଠକରେ ସମୀକ୍ଷା କରି ସମ୍ଭାବ୍ୟ ବାତ୍ୟା ବା ବନ୍ୟା ପରିପ୍ରେକ୍ଷୀରେ ସମସ୍ତ ପ୍ରକାର ପ୍ରସ୍ତୁତି କରିବାକୁ ସଂପୃକ୍ତ ବିଭାଗମାନକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।

ବିଭିନ୍ନ ସ୍ଥାନରେ କେତେ ଟାଓ୍ୱାର ଆଲୋକ କାର୍ଯ୍ୟକ୍ଷମ ରହିଛି ତାହାର ତାଲିକା ପ୍ରସ୍ତୁତି, ଅଚଳ ଥିବା ଟାଓ୍ୱାର ଆଲୋକକୁ ଅପସାରଣ କରି ନୂତନ ଆଲୋକ ଲଗାଯିବା, ଏବି ବିଭିନ୍ନ ସ୍ଥାନରେ ଥିବା ଯନ୍ତ୍ରପାତି ଓ ଆନୁଷଙ୍ଗିକ ଉପକରଣର ମହଜୁଦ ସଂପର୍କରେ ୩ ଦିନ ମଧ୍ୟରେ ଦାଖଲ କରିବା ଉପରେ ସେ ସମନ୍ୱୟ ପାଇଁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଆଗାମୀ ଜୁନ୍ ୧୯ରେ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ସଂପର୍କରେ ସବୁ ଜିଲ୍ଲାରେ ମକ୍ ଡ୍ରିଲ୍ ହେବ । କେବଳ ପୁରୀରେ ଜୁନ୍ ୨୦ ରେ ରଥ ଯାତ୍ରା ପଡୁଥିବାରୁ ଏହାର ପ୍ରସ୍ତୁତି ଯୋଗୁଁ ଏହି ଜିଲ୍ଲାରେ ଜୁନ୍ ୧୯ ରେ ମକ୍ ଡ୍ରିଲ୍ ନ ହୋଇ ପରବର୍ତ୍ତୀ ସମୟରେ ଏହା ଅନୁଷ୍ଠିତ ହେବ ।

ବାତ୍ୟା ମୁକାବିଲା ପରିପ୍ରେକ୍ଷୀରେ ନିୟନ୍ତ୍ରଣ କକ୍ଷ ୨୪ ଘଣ୍ଟିଆ ପରିଚାଳନା କରିବା ସହ ନଭେମ୍ବର ଶେଷ ପର୍ଯ୍ୟନ୍ତ ନିୟନ୍ତ୍ରଣ କକ୍ଷ ଖୋଲା ରଖିବାକୁ ସେ କହିଛନ୍ତି । ସମ୍ଭାବ୍ୟ ବନ୍ୟା ବା ବାତ୍ୟା ସମୟରେ ନିୟନ୍ତ୍ରଣ କକ୍ଷ ପରିଚାଳନା ଅବହେଳାକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ସେ ସତର୍କ କରିଛନ୍ତି ।

ସ୍ୱାସ୍ଥ୍ୟ ବିଭାଗ ତରଫରୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଯଥେଷ୍ଟ ସଂଖ୍ୟକ ହାଲୋଜେନ୍ ବଟିକା ମହଜୁଦ ରଖିବା, ସାପକାମୁଡା ଇଂଜେକ୍ସନ ମହଜୁଦ ରଖିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।
ପ୍ରାରମ୍ଭରେ ରାଜ୍ୟ ରାଜସ୍ୱ ବିଭାଗ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ତଥା ସ୍ୱତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ ସାହୁ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ ।ଓଡିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ନିର୍ଦ୍ଦେଶକ ଜ୍ଞାନ ଦାସ ଯୋଗଦେଇ ପାଓ୍ୱାର ପଏଣ୍ଟ ଉପସ୍ଥାପନା ମାଧ୍ୟମରେ ବାତ୍ୟା ମୁକାବିଲା ପ୍ରସ୍ତୁତି ସଂପର୍କରେ ସବିଶେଷ ତଥ୍ୟ ରଖିଥିଲେ ।

Also Read  Shri Piyush Goyal reiterates India’s commitments to combat Climate Change at the 'World Conference on Environment 2017

ସେହିପରି ଭାରତର ପାଣିପାଗ ବିଜ୍ଞାନ ବିଭାଗର ନିର୍ଦ୍ଦେଶକ ଉମାଶଙ୍କର ଦାସ ଚଳିତ ବର୍ଷ ପାଣିପାଗର ପୂର୍ବାନୁମାନ ସ୍ଥିତି ସମ୍ପର୍କରେ ଅବଗତ କରି ବାତ୍ୟା ବା ପାଣିପାଗ ସତର୍କ ସୂଚନା ପ୍ରସାରଣ ପାଇଁ ବର୍ତ୍ତମାନର ବ୍ୟବସ୍ଥା, ଡିଜିଟାଲ ବ୍ୟବସ୍ଥା ମାଧ୍ୟମରେ ବାତ୍ୟା ସତର୍କ ସୂଚନା ଓ ପ୍ରସାରଣ ସ୍ଥିତି ସହିତ ପାରାଦୀପ, ଗୋପାଳପୁର, ସମ୍ବଲପୁର ଓ ବାଲେଶ୍ୱରରେ ଥିବା ଡପ୍ଲର ୱେଦର ରାଡାର (ଡିଡବ୍ଲ୍ୟୁଆର) ଷ୍ଟେସନ ଏବଂ ସ୍ୱୟଂଚାଳିତ ପାଣିପାଗ କେନ୍ଦ୍ର ଗୁଡିର କାର୍ଯ୍ୟସ୍ଥିତି ସମ୍ପର୍କରେ ସବିଶେଷ ତଥ୍ୟ ରଖିଥିଲେ ।

ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ଜନିତ ବାତ୍ୟା ସୃଷ୍ଟିର ସମ୍ଭାବନା ନାହିଁ ବୋଲି ସେ ପ୍ରକାଶ କରିଥିଲେ ।

ଆଗାମୀ ଦିନରେ ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି ସଂପର୍କରେ ବିଭିନ୍ନ ବିଭାଗର ଉଚ୍ଚ କର୍ତ୍ତୃପକ୍ଷମାନେ ସେମାନଙ୍କର ପ୍ରସ୍ତୁତି ସଂପର୍କରେ ତଥ୍ୟ ରଖିଥିଲେ । ବୈଠକରେଅତିରିକ୍ତ ମହା ନିର୍ଦେଶକ, ଓଡ୍ରାଫ୍ ସୂଚନା ଦେଇଓଡ୍ରାଫ୍ ର ଜରୁରୀକାଳୀନ ଉପକରଣ ନିୟମିତ ଯାଂଚ କରାଯାଉଥିବା ସହ ଓଡ୍ରାଫ୍ ବାହିନୀର ବିଭିନ୍ନ ସ୍ଥାନକୁ ମୁତୟନ ପ୍ରସ୍ତୁତି ସଂପର୍କରେ ଅବଗତ କରିଥିଲେ ।ଅଗ୍ନିଶମ ବିଭାଗ ଡି.ଆଇ.ଜି ଅଗ୍ମିଶମ ସେବା ବିଭାଗର ପ୍ରସ୍ତୁତି ସମ୍ପର୍କରେ ପ୍ରକାଶ କରିଥିବା ବେଳେ 3ୟ ବାଟାଲିୟନ , ଏନଡିଆରଏଫ ସେମାନଙ୍କର ରହିଥିବା ୧୭ ଟି ଟିମ୍ ମଧ୍ୟରୁ ମୁଣ୍ଡୁଳୀ ଠାରେ ୧୬ ଟି ଟିମ୍ ଅବସ୍ଥାପିତ ଥିବା ସ୍ଥଳେ ୧ ଟି ଟିମ୍ ବାଲେଶ୍ୱରରେ ଅବସ୍ଥାପିତ ରହିଥିବା ପ୍ରକାଶ କରିଥିଲେ ।