ଫେବୃଆରୀ ୧୨
ଭିନ୍ନ ଭିନ୍ନ ଋତୁ ରେ ଆମକୁ ଅଲଗା ଅଲଗା ଖାଦ୍ୟ ଖାଇବା ଉଚିତ I ଯାହା ଆମ ଦେହ ଓ ମନ କୁ ଭଲ ରଖିବାରେ ସାହାଯ୍ୟ କରିବ I ଆଗକୁ ଆସୁଛି ଗ୍ରୀଷ୍ମ ଋତୁ I ଧୀରେ ଧୀରେ ତାପମାତ୍ରା ବଢ଼ିବାରେ ଲାଗିଛି I ମାର୍ଚ୍ଚ ମାସ ବେଳ କୁ ଏହା ଅସହ୍ୟ ହେବ I ଅଧିକ ତାପମାତ୍ରା ଦ୍ୱାରା ଆମର ଦେହ ମଧ୍ୟ ଖରାପ ହେବାର ସମ୍ଭାବନା ରହିଛି I ତେଣୁ ଏବେଠାରୁ ଆମକୁ ଆମ ଖାଦ୍ୟ ନେଇ ଯୋଜନା କାରିବା ଆବଶ୍ୟକ I
ଅନେକ ଗ୍ରୀଷ୍ମ ମାସରେ ଡିହାଇଡ୍ରେଟ୍ ଅନୁଭବ କରନ୍ତି I ଯାହା ଦ୍ୱାରା ଅନେକ ଙ୍କୁ ଦୁର୍ବଳ ଲାଗେ ଏବଂ ସେମାନେ କୌଣସି କାର୍ଯ୍ୟ କଲେବି ତାଙ୍କୁ ଥକ୍କା ଲାଗେ I
ତେଣୁ, ଗରମ ଋତୁରେ ଆମେ ଅତିରିକ୍ତ ଯତ୍ନ ନେବା ଜରୁରୀ | ଠିକ୍ ଖାଇବା ଠାରୁ ଆରମ୍ଭ କରି କିଛି ଜୀବନଜାପାନ ପ୍ରଣାଳୀ ରେ ମଧ୍ୟ ପରିବର୍ତନ କାରିବା ଦରକାର I
ନିମ୍ନ ରେ କିଛି ଥଣ୍ଡା ଖାଦ୍ୟ ତାଲିକାଭୁକ୍ତ କରାଯାଇଛି I ଯାହାକୁ ଗରମ ଜଳବାୟୁ ପ୍ରଭାବ ବିରୁଦ୍ଧରେ ଲଢ଼ିବା ପାଇଁ ସାହାଯ୍ୟ କରିବ I
ତରଭୁଜ
ତରଭୁଜ, ଏକ ଗ୍ରୀଷ୍ମ କାଳୀନ ଫଳ I ଯେହେତୁ ଏଥିରେ 91.45 ପ୍ରତିଶତ ଜଳ ଅଛି, ଏହା ମଣିଷ ଶରୀରର ଜଳ ଆବଶ୍ୟକତା ପୂରଣ କରିବାରେ ସାହାଯ୍ୟ କରେ | ଆହୁରି ମଧ୍ୟ, ଏହାର ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ଯୋଗୁଁ ଏହା ସମସ୍ତଙ୍କ ସ୍ୱାସ୍ଥ୍ୟ ପାଇଁ ଖୁବ ଭଲ I
କାକୁଡି
ଫାଇବରରେ ଭରପୂର ଥାଏ କାକୁଡି I ଗ୍ରୀଷ୍ମ ସମୟରେ କାକୁଡି ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଦୂର ହେଇଥାଏ I ତା ସହ କାକୁଡିରେ ଅଧିକ ପରିମାଣର ଜଳ ଥାଏ | ଏହା ଦେହ ପାଇଁ ଖୁବ ହିତକାରକ I
ଦହି
ଦହି କେବଳ ସ୍ୱାଦିଷ୍ଟ ନୁହେଁ ବରଂ ଶରୀରକୁ ଥଣ୍ଡା ରଖିବାରେ ସାହାଯ୍ୟ କରେ I ଆପଣ ଦହି କୁ ବିଭିନ୍ନ ପ୍ରକାର ରେ ଖାଇ ପରିବା I ମସଲାଯୁକ୍ତ ବଟରମିଲ୍କ, କିମ୍ବା ମିଠା ଲସି ପ୍ରସ୍ତୁତ କରନ୍ତୁ | ଆପଣ ରାଇତା ମଧ୍ୟ ପ୍ରସ୍ତୁତ କରିପାରିବେ ଏବଂ ଏହାକୁ ଆପଣଙ୍କ ଖାଦ୍ୟ ସହିତ ଖାଇପାରିବେ | ଦହି କୁ ଅନ୍ୟ ଫଳ ସହ ମିଶାଇ ଖାଇଲେ ଏହା ଆହୁରି ଭଲ ଲାଗେ I ଏହା ଖରାଦିନ ପାଇଁ ନିହାତି ଦରକାର I
ପଇଡ଼ ପାଣି
ପଇଡ଼ ପାଣି ହେଉଛି ସର୍ବୋତ୍ତମ ଗ୍ରୀଷ୍ମ ପାନୀୟ | ଏହା ‘ମହଙ୍ଗା ନୁହେଁ’… ପ୍ରାୟ ସମସ୍ତ ସ୍ଥାନ ରେ ଉପଲବ୍ଧ ଏବଂ ଅତ୍ୟାବଶ୍ୟକ ଭିଟାମିନ୍, ମିନେରାଲ୍ସ ଏବଂ ଅନ୍ୟାନ୍ୟ ପୁଷ୍ଟିକର ଖାଦ୍ୟରେ ଭରପୂର | ଏହାର ଥଣ୍ଡା ଗୁଣ ଅଛି ଯାହା ଆପଣଙ୍କୁ ଗରମ ପାଗ ସହିତ ଲଢ଼ିବା ରେ ସାହାଯ୍ୟ କରେ | ଅଧ୍ୟୟନରୁ ଏହା ମଧ୍ୟ ଜଣାଯାଇଛି ଯେ, ପଇଡ଼ ପାଣି ନିୟମିତ ପିଇବା ଦ୍ୱାରା କର୍କଟ ରୋଗରୁ ମଧ୍ୟ କିଛି ମାତ୍ରା ରେ ସୁରକ୍ଷା ମିଳିପାରେ I
ଧଣିଆ ପତ୍ର
ପ୍ରାୟ ସମସ୍ତ ପନିପରିବା ଦୋକାନ ରେ ଏହା ଉପଲବ୍ଧ I ଏହାକୁ ଦହି, ରାଇତା ସହ ଖାଇଲେ ଖୁବ ଭଲ I ଏହାର ବ୍ୟବହାର ଆମର ସମସ୍ତଙ୍କ ଘରେ ବହୁଳ ମାତ୍ରା ରେ ହୁଏ I ପ୍ରାୟ ସବୁ ତରକାରୀ ରେ ଏହାକୁ ପକାଯାଏ I ଏହାକୁ ଚଟନି କରି ମଧ୍ୟ ଖିଆ ଯାଏ I ଏହା ଯେ କେବଳ ଶରୀରର ତାପମାତ୍ରା କୁ ଥଣ୍ଡା ରଖେ ତାହା ନୁହେଁ, ବରଂ ସତେଜ ରଖିବାରେ ସାହାଯ୍ୟ କରେ I
ସବୁଜ ପନିପରିବା
ବର୍ଷସାରା ସବୁଜ ପନିପରିବା ଖାଇବା ଦ୍ୱାରା ଅନେକ ଙ୍କୁ ଅନେକ ଲାଭ ମିଳିଥାଏ | ଏବଂ ଏହାକୁ ଆପଣଙ୍କର ଦୈନନ୍ଦିନ ଖାଦ୍ୟରେ ଖାଇଲେ ଖୁବ ଦେହପାଇଁ ଖୁବ ଲାଭ ମିଳେ I କାରଣ ସବୁଜ ପତ୍ରଯୁକ୍ତ ପନିପରିବାରେ ଅଧିକ ପରିମାଣର ଜଳ ଥାଏ | ମନେରଖନ୍ତୁ, ଏହି ପନିପରିବାଗୁଡିକୁ ଅଧିକ ରାନ୍ଧିବା ଠାରୁ ଦୂରେଇ ରୁହନ୍ତୁ କାରଣ ଏହା ସେଥିରେ ଜଳର ମାତ୍ରା ନଷ୍ଟ କରିପାରେ |
ପିଆଜ
ଗ୍ରୀଷ୍ମ ଋତୁ ରେ ପିଆଜ ଖାଇବା ଭଲ I ଏହା ମଧ୍ୟ ଶରୀରକୁ ଥଣ୍ଡା ରଖେ I କଞ୍ଚା ପିଆଜ ଖାଇବା ଭଲ I ବିଶେଷ ଭାବରେ ଏହାର ସାଲାଡ଼ କରି ଖାଇଲେ ଏହା ଦେହକୁ ଭଲ ରଖେ I ଏମିତି ବି ଆମେ ସବୁଥିରେ ପିଆଜ ବ୍ୟବହାର କରୁ I କିନ୍ତୁ ଏହା କୁ ଖରାଦିନେ କଞ୍ଚା ଖାଇବା ଉଚିତ I ଲାଲ୍ ପିଆଜରେ କ୍ୱେରେସିଟିନ୍ ଅଛି , ଯାହା ଏକ ପ୍ରାକୃତିକ ଆଣ୍ଟି-ଆଲର୍ଜେନ୍ ଭାବରେ ବିବେଚନା କରାଯାଏ |
ଲେମ୍ବୁ ପାଣି
ଲେମ୍ବୁ ପାଣି ଗ୍ରୀଷ୍ମ ପାଇଁ ଆଉ ଏକ ସତେଜ ପାନୀୟ | ଗୋଟିଏ ଗ୍ଲାସ୍ ଲେମ୍ବୁ ପାଣି ସ୍ୱାସ୍ଥ୍ୟ ର ଅନେକ ଉପକାର କରିଥାଏ | ଚିନି ବା ଲୁଣ ମିଶାଇ ଏହାକୁ ପିଇବା ଭଲ I ଅନେକେ ଏଥିରେ ଏକ ଚାମଚ ଜିରା ପାଉଡର ମିଶାଇ ମଧ୍ୟ ପିଅନ୍ତି I
ଗ୍ରୀଷ୍ମ ଋତୁ ରେ ଏହା ଆପଣଙ୍କୁ ଦିନସାରା ଥଣ୍ଡା ଏବଂ ସତେଜ ରଖେ |

























