ରିସେପ୍ସନ୍ ଷ୍ଟେଜ ରେ ଜୀବନ ଚାଲିଗଲା ୨୬ ବର୍ଷୀୟ ଗୋଟିଏ ଝିଅର: ବାପାମା ଝିଅ ର ଅଙ୍ଗଦାନ କରିଦେଲେ

0
2627
body of the young man was recovered from the well after three days of disappearance

ଫେବୃଆରୀ ୧୨
କର୍ଣ୍ଣାଟକର ଜଣେ ଝିଅ ବିବାହ ରିସେପ୍ସନ୍ ସମୟରେ ମଞ୍ଚ ଉପରେ ହିଁ ପଡ଼ିଯାଇଥିଲେ ଏବଂ ପରେ ଡାକ୍ତର ତାଙ୍କ ମସ୍ତିଷ୍କକୁ ମୃତ ବୋଲି ଘୋଷଣା କରିଥିଲେ I ତାଙ୍କ ପରିବାର ଏହା ପରେ, ତାଙ୍କ ଅଙ୍ଗ ଦାନ କରିଛନ୍ତି, ଯାହା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ କେ ସୁଧାକରଙ୍କ ଦ୍ୱାରା ପ୍ରଶଂସିତ ହୋଇଛି।
ବର ଙ୍କ ସହିତ ଫଟୋ ଉଠାଇବା ଏବଂ ଅତିଥିମାନଙ୍କୁ ଅଭିବାଦନ ଜଣାଇବା ଅବସର ରେ ୨୬ ବର୍ଷୀୟ ଚିତ୍ରା ହଠାତ୍ ଖସିପଡିଥିଲେ | ତାଙ୍କ ପିତାମାତା ତାଙ୍କୁ NIMHNS କୁ ନେଇଗଲେ I ସେଠାରେ ଡାକ୍ତରମାନେ ତାଙ୍କୁ ମସ୍ତିଷ୍କ ଡେଡ଼ ବୋଲି ଘୋଷଣା କଲେ |
ଏହି ଘଟଣା କୋଲାର ଜିଲ୍ଲାର ଶ୍ରୀନିବାସପୁରରେ ଘଟିଛି।
ଚିତ୍ରାଙ୍କ ପିତାମାତା, ଏହି ଖବର ଶୁଣିବା ପରେ, ନିଜ ଝିଅ ର ଅଙ୍ଗ ଦାନ କରିବାକୁ ସ୍ଥିର କଲେ |

ଚିତ୍ରା ଙ୍କ ପିତାମାତା ଙ୍କୁ ତାଙ୍କର ଏହି କାର୍ଯ୍ୟ ପାଇଁ ପ୍ରଶଂସା କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ କେ ସୁଧାକର I ସେ କହିଛନ୍ତି, ଚିତ୍ରା ଙ୍କ ପାଇଁ ଏହି ଦିନଟି ବହୁତ ବଡ ଦିନ ଥିଲା I କିନ୍ତୁ ଭାଗ୍ୟର ଅନ୍ୟାନ୍ୟ ଯୋଜନା ଥିଲା। ପିତାମାତା ଙ୍କ ପାଇଁ ଏହା ବହୁତ ବଡ ଘଟଣା…ଖୁବ ଦୁଃଖ ର ବିଷୟ…କେହି ବି ଏହି ଘଟଣା ରେ ଧାର୍ଯ୍ୟ ଧରି ପାରିବେ ନାହିଁ I ତା ପରେ ମଧ୍ୟ ତାଙ୍କ ପିତାମାତା ତାଙ୍କ ଅଙ୍ଗ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କଥା ଅନ୍ୟ ସମସ୍ତ ଙ୍କୁ ନିଶ୍ଚୟ ପ୍ରେରଣା ଦେବା I

Also Read  Saw 'Siddhartha' jumping from bridge into river: fisherman