ଜରୁରୀ ପରିସ୍ଥିତି ପ୍ରତ୍ୟାହାର କଲେ ଶ୍ରୀଲଙ୍କା ରାଷ୍ଟ୍ରପତି, ବଡ଼ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛି ଶ୍ରୀଲଙ୍କା

0
385
sri-lankan-government-lifted-emergency

କଲମ୍ବୋ: ସ୍ୱାଧୀନତା ପରେ ଶ୍ରୀଲଙ୍କା ସବୁଠାରୁ ବଡ଼ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛି। ଏହାକୁ ନେଇ ଆନ୍ଦୋଳନ ତୀବ୍ର ହେଉଥିବା ବେଳେ ସମସ୍ତ ମନ୍ତ୍ରୀ ସାମୁହିକ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଗୋତବାୟା ରାଜପକ୍ଷ ଓ ତାଙ୍କ ଭାଇ ତଥା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ସମସ୍ତଙ୍କ ଟାର୍ଗେଟରେ ରହିଛନ୍ତି। ବଢ଼ି ଚାଲିଥିବା ରାଜନୈତିକ ସଙ୍କଟ ଯୋଗୁଁ ‘ଆନ୍ତର୍ଜାତିକ ଆର୍ଥିକ ପାଣ୍ଠି’ରୁ ଆର୍ଥିକ ସହୟତା ପାଇବାରେ ଶ୍ରୀଲଙ୍କା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ରାଷ୍ଟ୍ରପତି ଗୋତବୟା ରାଜପକ୍ଷେ ରାଷ୍ଟ୍ରୀୟ ଜରୁରୀ ପରିସ୍ଥିତି ପ୍ରତ୍ୟାହାର କରି ନେଇଛନ୍ତି।

ଏପ୍ରିଲ ୧ରୁ ରାଷ୍ଟ୍ରପତି ରାଜପକ୍ଷ ଦେଶରେ ଲାଗୁ କରିଥିବା ଜରୁରୀ ପରିସ୍ଥିତିକୁ ‌ଏବେ ପ୍ରତ୍ୟାହାର କରିନେଇଛନ୍ତି। ଲୋକଙ୍କ ଆନ୍ଦୋଳନ ଦିନକୁ ଦିନ ବଢ଼ୁଥିବାରୁ ସେ ବାଧ୍ୟ ହୋଇ ନିଜ ନିଷ୍ପତ୍ତିରେ ଏପରି ପରିବର୍ତ୍ତନ କରିଛନ୍ତି। ଏପ୍ରିଲ ୫ ତାରିଖ ମଧ୍ୟରାତ୍ରରୁ ଆଉ ଦେଶରେ ଜରୁରୀ ପରିସ୍ଥିତି କାର୍ଯ୍ୟକାରୀ ହେଉନଥିବା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

Also Read  ବ୍ରହ୍ମପୁର ରେ ବରିଷ୍ଠ ଆଇନଜୀବୀଙ୍କୁ ଗୁଳିକରି ହତ୍ୟା