ମୁମ୍ବାଇ: ବଲିଉଡ୍ର ଦବଙ୍ଗ ବୟ ସଲମାନ ଖାନ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଓ ବରୁଣ ଧାୱନଙ୍କ ସହ ଆଇଫା ଆୱାର୍ଡର ସାମ୍ବାଦିକ ସମ୍ମିଳନୀରେ ନଜର ଆସିଛନ୍ତି। ଏହି ଅବସରରେ ଯେତେବେଳେ ସଲୁ ମିଆଁଙ୍କୁ ସୁବିଧା ମିଳିଲା ସେ ଚଙ୍କି ପାଣ୍ଡେଙ୍କ ଝିଅ ଅନ୍ୟନ୍ୟା ପାଣ୍ଡେଙ୍କ ସହ ଥଟା କରିଥିବା ଦେଖିବାକୁ ମିଳିଛି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଏହି ଇଭେଣ୍ଟ୍ରେ ମନୀଷ ପାଲ୍, ସଲୁ ମିଆଙ୍କୁ ଅନ୍ୟନ୍ୟଙ୍କୁ ଏକ ଟିପ୍ ଦେବାକୁ କହିଲେ। କାହିଁକି ନା, ଅନନ୍ୟା ଆଇଫା ୨୦୨୨ରେ ଡେବ୍ୟୁ କରିବାକୁ ଯାଉଛନ୍ତି।
ଏହି ଅବସରରେ ସଲମାନ ଏହି ଇଭେଣ୍ଟ୍କୁ ସ୍ପନ୍ସର୍ କରୁଥିବା ଗାଡ଼ି କମ୍ପାନିକୁ ମାଗଣାରେ ଗାଡ଼ି ମାଗିବାକୁ ଅନ୍ୟନ୍ୟାଙ୍କୁ ପରାମର୍ଶ ଦେଲେ। ଅନନ୍ୟା ବି ସଲମାନଙ୍କ କଥାରେ ମାଗଣାରେ ଏକ କାର୍ ଦେବାକୁ ଗାଡ଼ି କମ୍ପାନିକୁ କହୁଥିବାର ନଜର ଆସିଛନ୍ତି। ତାପରେ ସଲମାନ ଖୁବ୍ ମଜାକିଆ ଅନ୍ଦାଜରେ କହୁଛନ୍ତି କି , ‘ଚଙ୍କି ପାଣ୍ଡେର ଝିଅ। ନିଜ ବାପା ଉପରେ ଯାଇଛି।’ ଏହି ସମୟର ଭିଡିଓଟି ଏବେ ଇନ୍ଷ୍ଟାଗ୍ରାମ୍ରେ ଭାଇରାଲ୍ ହୋଇଛି।

























