MCA ଛାତ୍ରୀ ଆଶ୍ରିତା ସେନାପତି ଆତ୍ମହତ୍ୟା ଘଟଣା : ପୁରୁଷ ବନ୍ଧୁ ସତ୍ୟ ପ୍ରକାଶ ଦାଶ ଗିରଫ

0
490
bike-theft-gang-arrested-by-commissionerate-police from bhubaneswar

ଭୁବନେଶ୍ବର: ଭୁବନେଶ୍ୱର ଏମ୍‌ସିଏ ଛାତ୍ରୀ ଆଶ୍ରିତା ସେନାପତି ଆତ୍ମହତ୍ୟା‌ ଘଟଣାରେ ତାଙ୍କ ପୁରୁଷ ବନ୍ଧୁ ସତ୍ୟ ପ୍ରକାଶ ଦାଶଙ୍କୁ ଅଟକ ରଖିଛି ସହିଦନଗର ଥାନା ପୁଲିସ। ଆଶ୍ରିତାଙ୍କ ସୁଇସାଇଡ୍‌ ନୋଟ୍‌ରେ ତାଙ୍କ ପୁରୁଷ ବନ୍ଧୁଙ୍କ ନାମ ଉଲ୍ଳେଖ ରହିଥିଲା। ସେ ଆଶ୍ରିତାଙ୍କୁ ନିର୍ଯାତନା ଦେଉଥିବାରୁ ଆଶ୍ରିତା ଆତ୍ମହତ୍ୟା କରିଥିବା ସୁଇସାଇଡ୍‌ ନୋଟ୍‌ରେ ଉଲ୍ଲେଖ ଥିଲା।

ସତ୍ୟ ଓ ଆଶ୍ରିତାଙ୍କ ମଧ୍ୟରେ ୯ ବର୍ଷର ପ୍ରେମ ସମ୍ପର୍କ। ଉଭୟ ଗୋଟିଏ ଗାଁର। ସତ୍ୟ ପ୍ରକାଶ ଇନୋଫସିସର ବେଭେରେଜ୍ ବିଭାଗରେ କାମ କରନ୍ତି। ୨୦୧୯ ମସିହାରୁ ଆଶ୍ରିତାଙ୍କର ଅନ୍ୟ ଜଣେ ଯୁବକଙ୍କ ସହ ସଂପର୍କ ଗଢ଼ି ଉଠିଥିଲା, ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଅନେକ ସମୟ‌ରେ ଗଣ୍ଡଗୋଳ ଉପୁଜିଥାଏ। ଯୁବତୀଙ୍କ କଲ ରେକର୍ଡ ଯାଂଚ କରିବା ପରେ ସତ୍ୟ ପ୍ରକାଶ ନା ସାମ୍ନାକୁ ଆସିଥିଲା।

ଉଲ୍ଳେଖଯୋଗ୍ୟ, ଆଶ୍ରିତା ଏକ ଘରୋଇ ଇଂଜିନିୟରିଂ କଲେଜ୍‌ରେ ଏମ୍‌ସିଏ ପାଠ୍ୟକ୍ରମର ପ୍ରଥମ ବର୍ଷର ଛାତ୍ରୀ। ସେ ଆଚାର୍ଯ୍ୟବିହାର ପାଣିଟାଙ୍କି ନିକଟରେ ଏକ ଭଡ଼ା ଘରେ ରହୁଥିଲେ। ମଙ୍ଗଳବାର ଆଶ୍ରିତା କଲେଜ୍‌ ଯାଇଛି କି ନାହିଁ, ବୁଝିବା ପାଇଁ ତାଙ୍କ ବାପା ବିଜୟ ସେନାପତି ଫୋନ୍‌ କରିଥିଲେ। ବାରମ୍ବାର କଲ୍‌ କରିଥିଲେ ବି ଆଶ୍ରିତା ଫୋନ୍‌ ଉଠାଇ ନଥିଲେ। ସନ୍ଦେହ ହେବାରୁ ଚନ୍ଦ୍ରଶେଖରପୁରରେ ରହୁଥିବା ବିଜୟ ଝିଅକୁ ଦେଖିବା ପାଇଁ ପାଖାପାଖି ୧୧ଟା ବେଳେ ଆଚାର୍ଯ୍ୟ ବିହାର ଆସିଥିଲେ।

ଉକ୍ତ ରୁମ୍‌ର କବାଟ ବନ୍ଦ ଥିବା ଦେଖି ସେ ଝିଅକୁ ବାରମ୍ବାର ଡାକିଥିଲେ ମଧ୍ୟ ଭିତରକୁ କିଛି ସ୍ବରଶବ୍ଦ ଶୁଭି ନଥିଲା। ଶେଷରେ ଝରକା ପଟେ ଆଶ୍ରିତା ଫ୍ୟାନ୍‌ରେ ଝୁଲୁଥିବା ଦେଖି ସେ ପାଟି କରିଥିଲେ। ପାଟିଶୁଣି ଆଖାପାଖ ଲୋକେ ଧାଇଁ ଆସିଥିଲେ ଓ କବାଟ ଭାଙ୍ଗି ଆଶ୍ରିତାକୁ ଉଦ୍ଧାର କରିଥିଲେ। କାଳେ ବଞ୍ଚିଥିବା ଭାବି ବିଜୟ ତୁରନ୍ତ ଝିଅକୁ କ୍ୟାପିଟାଲ୍‌ ହସ୍ପିଟାଲ୍‌‌ ନେଇଥିଲେ। ମାତ୍ର ସେ‌ତେବେଳକୁ ବହୁ ବିଳମ୍ବ ହୋଇସାରିଥିଲା। ଖବର ପାଇ ସହିଦନଗର ଥାନା ପୁଲିସ ହସ୍ପିଟାଲରେ ପହଞ୍ଚି ମୃତଦେହକୁ ଜବତ କରିଥିଲା। ପୁଲିସ ଘଟଣାକୁ ଗୁରୁତ୍ବର ସହ ନେଇ ତଦନ୍ତ ଆରମ୍ଭ କରି ଆଶ୍ରିତାଙ୍କ ମୋବାଇଲ୍‌ ଫୋନ୍‌କୁ ଜବତ କରିଥିଲା।

Also Read  ଅକ୍ଷୟ ତୃତୀୟା ପୂର୍ବରୁ କମିଲା ସୁନା-ରୂପା ଦାମ୍‌ରେ ବଡ଼ ଧରଣ ହ୍ରାସ