ଚନ୍ଦ୍ରଭାଗାରେ ମାଘମେଳା ବୁଡ଼ ବନ୍ଦ : ଆଜି ଅପରାହ୍ଣ ୪ରୁ କଟକଣା, ନୀତିକାନ୍ତିକୁ ଅନୁମତି

0
238

ପୁରୀ :‌ କ‌ରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତବର୍ଷର ଚନ୍ଦ୍ରଭାଗା ମାଘମେଳା ବୁଡ଼ ବନ୍ଦ କରି ଦିଆଯାଇଛି। ପୁରୀ ଜିଲ୍ଲା ପ୍ରଶାସନ ଏଥିରେ କଟକଣା ଲଗାଇଛି। କେବଳ ମାଘସପ୍ତମୀ ନୀତିକାନ୍ତି ସ୍ବାଭାବିକ ଚାଲିବ। ବାକି ସବୁକିଛି ବନ୍ଦ ରଖାଯାଇଛି ବୋଲି ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି। ଏ ଉପରେ ବିଧିବଦ୍ଧ ଆଦେଶନାମା ଜାରି ‌ହୋଇଛି।

ଉପଜିଲ୍ଲାପାଳ ଶ୍ରୀ ସାହୁଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ମାଘମେଳାକୁ ଦୃ‌ଷ୍ଟିରେ ରଖି କୋଣାର୍କ ଥାନା ଅନ୍ତର୍ଗତ ଚନ୍ଦ୍ରଭାଗା ମେଳା ପଡ଼ିଆ, ତୀର୍ଥ ପୁଷ୍କରିଣୀ, ନବଗ୍ରହ ମନ୍ଦିରରେ ସର୍ବସାଧାରଣ ଦର୍ଶନ ଓ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ରବିବାର(୬ ତାରିଖ) ଅପରାହ୍ନ ୪ଟାରୁ ୭ ତାରିଖ ସକାଳ ୯ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ନୀତିକାନ୍ତି ସମ୍ପନ୍ନ ହେବା ପରେ କଟକଣା ପ୍ରତ୍ୟାହାର ହେବ।

ଚନ୍ଦ୍ରଭାଗା ମାଘମେଳା ବୁଡରେ ପ୍ରତିବର୍ଷ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମେ। ଯଦ୍ବାରା ଭିଡ ବଢ଼ିବା ସହ ସାମାଜିକ ଦୂରତ୍ବ ରକ୍ଷା ନିୟମ ଉଲଂଘନ ଏବଂ କରୋନା ବ୍ୟାପିବାର ଯଥେଷ୍ଟ ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଏହି ସମୟ ମଧ୍ୟରେ ନୀତିକାନ୍ତି ସହ ଜଡିତ ସେବାୟତ, ଦାୟିତ୍ବରେ ଥିବା ସରକାରୀ ଅଧିକାରୀ, ସ୍ଥାନୀୟ ଗଣାମଧ୍ୟମ ପ୍ରତିନିଧି ଏବଂ ସ୍ବୀକୃତିପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ପ୍ରବେଶ ଅନୁମତି ରହିଛି। ଏହି ନିର୍ଦ୍ଦେଶନାମା କଡାକଡି ପାଳନ ପାଇଁ ସଂପୃକ୍ତ ଥାନାର ଥାନାଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Also Read  ଭୁବନେଶ୍ବର ଓ କଟକ ଡିସିପି କାର୍ଯ୍ୟାଳୟ ଘେରିଲା କଂଗ୍ରେସ : ସବୁ ଜିଲ୍ଲାର ଏସପି ଅଫିସ୍ ସମ୍ମୁଖରେ ଧାରଣା

LEAVE A REPLY

Please enter your comment!
Please enter your name here