ଆଜି ପହିଲି ରଜ : ଘରେ ଘରେ ଲାଗିଛି ପିଠାପଣାର ଆସର, ଗାଁଠୁ ସହର ସବୁଠି ଉତ୍ସବର ମାହୋଲ

0
179
today-is-pahili-raja-celebrated-in-odisha

ଓଡିଶାର ଗଣପର୍ବ ରଜ । ମୌସୁମୀ ଛୁଆଁରେ ଆସିଛି ରଜ। ଗତ ଦୁଇ ବର୍ଷ ଧରି କୋଭିଡ଼ କଟକଣା ପରେ ଚଳିତ ବର୍ଷ ବେଶ୍ ଧୁମଧାମ୍ ରେ ପାଳନ କରାଯାଉଛି ରଜ ପର୍ବ । ଗତକାଲି ସରିଛି ସଗବାଜ ଆଜି ହେଉଛି ପହିଲି ରଜ। ରଜ ପର୍ବ ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଋତୁ ଆରମ୍ଭ ହୁଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ । ଦୁଇ ବର୍ଷ ପରେ ପୁଣି ଥରେ ଗାଁ ଆମ୍ବ ତୋଟାରେ ଝୁଲୁଛି ଦୋଳି । ରଜଗୀତ ଶୁଭୁଛି, ଘରେ ଘରେ ପିଠାପଣାରେ ଆସର ଜମିଛି ।

ରଜ ଆସିଲେ ମନେପଡେ ଦୋଳି କଥା । ସଭିଙ୍କ ମୁହଁରେ ଶୁଭେ ଗୋଟିଏ ଗୀତ ରଜ ଦୋଳି କଟମଟ ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଲୋ ଦିଶୁ ଥାଏ ଝଟମଟ। ଓଡ଼ିଆଙ୍କର ଖୁବ୍‌ ଆପଣାର ପର୍ବ ରଜ । ପ୍ରବଳ ତାତି ଭିତରେ କିଛି ସ୍ଥାନରେ ଆରମ୍ଭ ହୋଇଯାଇଛି ପ୍ରାକ୍ ମୌସୁମୀ ବର୍ଷା । ଜୀବ ଜଗତ ହୋଇ ଉଠିଛି ଚଳଚଂଚଳ । ତେବେ ଏହାରି ଭିତରେ ଏମିତି ଏକ ବିଭୋର ବେଳାରେ ଆସିଯାଇଛି ରଜର ଅବସର । ପରମ୍ପରା, ଖାଦ୍ୟ ସଂସ୍କୃତି ସଜବାଜ ଆଉ ଖେଳ କୌତୁକରେ ଏହି ପର୍ବଟିରେ ରହିଛି ଅନେକ ସ୍ୱତନ୍ତ୍ରତା । ଏହି ପରିପେକ୍ଷୀରେ ପୁରୀ ଜିଲ୍ଲା ପିପିଲି ବ୍ଲକ ପମସରା ପଂଚାୟତର କୗଶଲ୍ଯାପୁର ଗାଁର କୁମାରୀ ଝିଅମାନେ ଖୁବ୍ ମଜା ଉଠାଇବା ସହିତ ନୂଆ ପୋଷାକ ପରିଧାନ କରି ରଜ ପର୍ବ ପାଳନ କରୁଛନ୍ତି ।

ଏହି ରଜରେ କୁମାରୀ ମାନେ ଅଳତା ଲଗାଇବା, ମୁହଁରେ ଟିପି ଟିପିି ଚନ୍ଦନ ଲଗାଇ ସଜ ହୋଇଥାନ୍ତି । ମକର ବଉଳ ସହି ସଙ୍ଗାତ ସମସ୍ତେ ମିଳିମିଶି ସାଜସଜାରେ ଲାଗି ପଡ଼ନ୍ତି । ଆଉ ଭୁଲିଯାନ୍ତି ଛୋଟ ବଡ଼ର ଭେଦ ଭାବ । ସଜ ବାଜ ଶେଷ ହେବା ପରେ ଆରମ୍ଭ ହୋଇ ଯାଏ ଝିଅମାନଙ୍କର ପ୍ରୀୟ ଖେଳ ପୁଚି । ଠିଆ ପୁଚି ଠାରୁ ଆରମ୍ଭ କରି ବସିବା ପୁଚି ପର୍ଯ୍ଯନ୍ତ ମଜା ନିଅନ୍ତି । ପୋଡ଼ ପିଠା ଖାଇବାରେ ଲାଗି ପଡ଼ନ୍ତି ସମସ୍ତେ । ରଜରେ ପାନ ଖାଇବାର ମଜା ଥାଏ ସମ୍ପୂର୍ଣ୍ଣ ନିଆରା । କାହାର ବା ପ୍ରୀୟ ନୁହେଁ ରଜ ପାନ । ନ ଖାଇଲେ ମଧ୍ଯ କେବଳ ରଜରେ ହିଁ ଭଲ ଲାଗେ ଏହି ପାନ ଖାଇବାକୁ । ଏହା ପରେ ତିନି ଦିନ ଧରି ଗାଁ ମୁଣ୍ଡରେ ଥିବା ବର ଗଛରେ ଦୋଳି ଲଗା ଯାଇଥାଏ । ବାଉଁଶ ଦୋଳି ଓ ପଟ୍ଟା ଦୋଳି । ସବୁଥିରେ ଦୋଳି ଖେଳି ଖୁବ୍‌ ମଜା ନେଇଥାନ୍ତି କୁମାରୀମାନେ ।

Also Read  ସୁଧ ଟଙ୍କା ମାଗିବାକୁ ଯାଇ ବୃଦ୍ଧା ନିଖୋଜ : ଅଭିଯୁକ୍ତ ଘରୁ ମିଳିଲା ମୃତଦେହ

ରଜ ଗୀତ ସହ ଏହି କଟମଟ ବାଜଣା ବଜାଇ ଆସିଛି ରଜ । ସତରେ ଓଡ଼ିଆର ଖୁବ୍‌ ଆପଣାର ପର୍ବ ରଜ । ଯାହା ଆଣିଥାଏ ଖୁସିର ଆସର । ସାରା ରାଜ୍ୟରେ ଆଜି ପହିଲି ରଜ ପାଇଁ କୁଆଁରି ଝିଅ ମାନେ ସଜବାଜ ହୋଇ ଦୋଳି ସହିତ ପିଠାପଣାର ବେଶ ମଜା ଉଠାଉଛନ୍ତି ।

LEAVE A REPLY

Please enter your comment!
Please enter your name here