ଚଳିତ ବର୍ଷ ବି ଖଣ୍ଡଗିରି ମେଳା ବନ୍ଦ !

0
1094

ଭୁବନେଶ୍ବର: ଚଳିତ ବର୍ଷ ମଧ୍ୟ ବନ୍ଦ ହେବ ଖଣ୍ଡଗିରି ମେଳା। କୋଭିଡ୍ କଟକଣା ପାଇଁ ଖଣ୍ଡଗିରି ମେଳା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

ରାଜ୍ୟରେ କରୋନା ସଂକ୍ରମଣ ଏବେ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । କିଛି ଦିନ କରୋନା ସଂକ୍ରମଣ ୧୦ ହଜାର ଉପରେ ରହିବା ପରେ ଏବେ ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । କରୋନା ସଂକ୍ରମଣ ହ୍ରାସ ପାଉଥିଲେ ମଧ୍ୟ ସମସ୍ତେ ସତର୍କତା ଅବଲମ୍ବନ କରିବାକୁ କହିଛି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବନ୍ଦ ହୋଇପାରେ ଭୁବନେଶ୍ୱର ଖଣ୍ଡଗିରି ମାଘ ମେଳା । ସେପଟେ ଖଣ୍ଡଗିରି ଯାତ୍ରା ମଧ୍ୟ ହୋଇ ନପାରେ ବୋଲି କହିଛନ୍ତି ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି । କରୋନା ସଂକ୍ରମଣ କମିଛି କିନ୍ତୁ ଏପର୍ଯ୍ୟନ୍ତ ବିପଦ ଟଳିନି । ତେଣୁ ଜନ ସମାଗମ ଉପରେ ରୋକ୍ ଲଗାଇବା ପାଇଁ ଖଣ୍ଡଗିରି ମେଳା ଆୟୋଜନ ନକରିବାକୁ ନିଷ୍ପତ୍ତି ନିଆଯାଇପାରେ ବୋଲି କହିଛନ୍ତି ବୋଲି ବିଏମସି ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ ।

Also Read  ଶେଷ ହେଲା ମନ୍ତ୍ରୀ ପରିଷଦ ଓ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, କାମଚଳା ବଜେଟ ସହ ୨୭ଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ

LEAVE A REPLY

Please enter your comment!
Please enter your name here