ଭିଜିଲାନ୍ସ ଜାଲରେ ଶିକ୍ଷକ : ସମ୍ପତ୍ତି ଦେଖି ଅଫିସର ତାଟକା

0
2648

କଲ୍ୟାସିଂହପୁର : ଶିକ୍ଷକ ଚାକିରିରେ ରେଗୁଲାର୍‌ ହେବାକୁ ୬ ବର୍ଷ ପୂରିନି। ହେଲେ ସେ ଆଜି କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତିର ମାଲିକ। ଏପରିକି ଜଣେ କରିତ୍‌କର୍ମା ଶିକ୍ଷକ ହେଉଛନ୍ତି ଶିଶିର ସେମେଳି। ତାଙ୍କ ଘର ସମେତ ୬ଟି ସ୍ଥାନରେ ୪ଟି ଭିଜିଲାନ୍ସ ଟିମ୍‌ ଚଢ଼ଉ କରି ବର୍ତ୍ତମାନ ସୁଦ୍ଧା କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଜବତ କରିଛି। ଏବେ ମଧ୍ୟ ସମ୍ପତ୍ତି ଆକଳନ ଚାଲିଥିବା ଭିଜିଲାନ୍ସ ସୂତ୍ରରୁ ଜଣାପଡ଼ିଛି।

ଆଜିକୁ ୪ରୁ ୫ ବର୍ଷ ତଳେ ରେଗୁଲାର ହୋଇଥିଲେ ଶିକ୍ଷକ ଶିଶିର ସେମେଳି। ସେ ରାୟଗଡ଼ା ବିଇଓ ଅଫିସ୍‌ରେ କାର୍ଯ୍ୟରତ ଅଛନ୍ତି। ଏବେ ସେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଭିଜିଲାନ୍ସ ବିଭାଗର ୪ଟି ଟିମ୍‌ ୬ଟି ସ୍ଥାନରେ ଚଢ଼ଉ କରି ଶିକ୍ଷକଙ୍କଠାରୁ ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ କରିଛି।

ଜବତ ସମ୍ପତ୍ତି ଭିତରେ ରହିଛି ନଗଦ ୨.୮୮ ଲକ୍ଷ ଟଙ୍କା, ୪୦୮ ଗ୍ରାମ ସୁନା, ୨୨୯ ଗ୍ରାମ ରୁପା ଗହଣା, ୨ଟି ତିନି ମହଲା କୋଠା, ୩ଟି ଦୁଇ ମହଲା କୋଠା, ୨୧.୬୮ ଲକ୍ଷ ବ୍ୟାଙ୍କ ଜମା, ଗୋଟିଏ ଇନୋଭା, ଗୋଟିଏ ବୋଲେରୋ ପ୍ରମୁଖ ରହିଛି। ଏବେ ମଧ୍ୟ ଶିକ୍ଷକ ଶିଶିର ସେମେଳିଙ୍କ ସମ୍ପତ୍ତି ଆକଳନ ଚାଲିଛି।

ବିଶେଷ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ଏକ ନିର୍ମାଣାଧୀନ ଠିକା କମ୍ପାନୀର କର୍ମଚାରୀଙ୍କ ରହିବା ପାଇଁ ଶିକ୍ଷକ ଶିଶିର ସେମେଳି ୪୦ଟି ଘର ନିର୍ମାଣ କରି ଭଡ଼ାରେ ଦେଇଛନ୍ତି। ଯାହାର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ। ଏହାଛଡ଼ା ଏକ ମଦ ଦୋକାନର ତାଙ୍କର ଅଂଶଧନ ରହିଛି। ଠିକ୍‌ ସେହିପରି ଏକ ନିର୍ମାଣାଧୀନ କମ୍ପାନୀରେ ଶିଶିର ସେମେଳିଙ୍କର ଦୁଇଟି ଜେସିବି ଓ ୪ ଚକିଆ ଗାଡ଼ି ଭଡାରେ ଲାଗିଥିବା ଜଣାପଡ଼ିଛି। 

Also Read  Kartik Purnima celebrations ushers in Odisha today