ଚାଇନାକୁ ଫେରିଲା ଲକଡାଉନ । ଚୀନ୍ ରେ ସାଂଘାତିକ ହେବାରେ ଲାଗିଲାଣି କରୋନା ସ୍ଥିତି । ସଂଘାଇ ପରେ ପରେ ଏବେ ଅନ୍ୟ ସ୍ଥାନ ଗୁଡିକରେ ବି କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଲାଣି। ପ୍ରତିଦିନ ବହୁ ଲୋକ ସଂକ୍ରମିତ ହେଉଥିବା ବେଳେ ଏବେ ଚୀନ୍ ର ଚିନ୍ତା ବଢିବାରେ ଲାଗିଛି । ସେହିଭଳି ସଂକ୍ରମଣ ବ୍ୟାପିବା ଯୋଗୁ ବିଭିନ୍ନ ସ୍ଥାନରେ ଲକଡାଉନ୍ ଆରମ୍ଭ ହୋଇଯାଇଛି । ସଂକ୍ରମଣ ବଢୁଥିବାରୁ ଆର୍ଥିକ ରାଜଧାନୀ ସାଂଘାଇକୁ ଲକଡାଉନ ଘୋଷଣା କରିଛି ସ୍ଥାନୀୟ ପ୍ରଶାସନ । ଏହାଦ୍ୱାରା ୨ କୋଟି ୫୦ ଲକ୍ଷ ଲୋକ ଗୃହବନ୍ଦୀ ହୋଇ ରହିଥିବା ଜଣାପଡିଛି ।
ସ୍ଥାନୀୟ ପ୍ରଶାସନ ସଂକ୍ରମଣକୁ ରୋକିବା ପାଇଁ ଟେଷ୍ଟିଂ ଉପରେ ଗୁରୁତ୍ୱ ଦେଉଛି । ସାରା ଦୁନିଆକୁ କରୋନା ମହାମାରି ବାଂଟି ଥିବା ଚୀନ ଏବେ କୋଭିଡ ସଂକ୍ରମଣରେ ପୁଣି ଛନ୍ଦି ହୋଇରହିଛି । କରୋନାର ଓମିକ୍ରନ ଭାରିଆଂଟ ଚୀନରେ ଅନେକ ସହରରେ ଦୃତ ଗତିରେ ବ୍ୟାପିବାରେ ଲାଗିଛି । ବଢୁଥିବା ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଚୀନର ସାଙ୍ଘାଇରେ ଲକଡାଉନ ଜାରି କରିଛି ଚୀନ । ବେସରକାରୀ ଅନୁଷ୍ଠାନ, ଦୋକାନ ବଜାର ସମେତ ସାର୍ବଜନିକ ପରିବହନ ସେବାକୁ ମଧ୍ୟ ବନ୍ଦ କରିଦିଆଯାଇଛି ।
ଚୀନର ଏହି କଠୋର ନୀତି ଯୋଗୁଁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଚୀନର ସାଙ୍ଘାଇ ସହର କରୋନା ହଟସ୍ପଟ ପାଲଟିଛି । କେବଳ ସାଙ୍ଘାଇରେ ୪ ହଜାର ୫ ଶହ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ଚୀନର ଚିନ୍ତା ବଢାଇଛି । କାରଣ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ ରବିବାର ସାମ୍ନାକୁ ଆସିଥିବା ମାମଲା ୨୦୧୯ ମସିହା ପରେ ସବୁଠୁ ଅଧିକ ।
ସେପଟେ ବଢୁଥିବା କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ କୋଭିଡ ଟେଷ୍ଟିଂ ପ୍ରକ୍ରିୟାକୁ ବ୍ୟାପକ କରିଛି ଚୀନ୍ । ଓମିକନ ଭାରିଆଂଟ ଚୀନ ସମେତ ଆମେରିକା ଓ ୟୁରୋପୀୟ ଦେଶରେ ମଧ୍ୟ ଦୃତ ଗତିରେ ବ୍ୟାପିବା ଆରମ୍ଭ କରିଛି । ତେବେ ଦୃତଗତିରେ ବ୍ୟାପୁଥିବା ସଂକ୍ରମଣ ଚତୁର୍ଥ ଲହର ଆଣିପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

























