ଆଧାରକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ: ଆଧାର ସହ ଭୋଟର କାର୍ଡ ସଂଯୋଗ ବାଧ୍ୟତାମୂଳକ

0
397
Link your aadhar card with voter id

ନୂଆଦିଲ୍ଲୀ: ପାନ୍‌ କାର୍ଡ ପରେ ଏବେ ଭୋଟର କାର୍ଡ ସହ ଆଧାର ସଂଯୋଗକୁ ବାଧ୍ୟତାମୂଳକ କରିଦିଆଯାଇଛି। ନିର୍ବାଚନ ପ୍ରକ୍ରିୟାରେ ଏହାର ସର୍ବାଧିକ ପ୍ରଭାବ ପଡିବ। ଭୋଟର କାର୍ଡର ଅପବବ୍ୟବହାର ରୋକିବାରେ ମଧ୍ୟ ଏହି ନିଷ୍ପତ୍ତି ସହାୟକ ହେବ। ସାଧାରଣତଃ ଜଣେ ବ୍ୟକ୍ତିଙ୍କ ଅନେକ ଭୋଟର କାର୍ଡ ଦେଖିବାକୁ ମିଳିଥାଏ। ଏହି ନିଷ୍ପତ୍ତି ଦ୍ବାରା ଜଣେ ବ୍ୟକ୍ତିଙ୍କ ଗୋଟିଏ ଭୋଟର କାର୍ଡ ହିଁ ରହିବ। ଆଧାର ସଂଯୋଗ ହେଲେ ଜାଲ୍‌ ଭୋଟର କାର୍ଡକୁ ଚିହ୍ନଟ କରି ଏହାକୁ ବନ୍ଦ କରି ଦିଆଯିବ। ସରକାର ଏହି ନିଷ୍ପତ୍ତିକୁ ନେଇ ବିଜ୍ଞପ୍ତି ମଧ୍ୟ ଜାରି କରିଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରୀ କିରନ ରିଜିଜୁ ଟ୍ବିଟ କରି ଏହି ସୂଚନା ଦେଇଛନ୍ତି। ସରକାର ଭୋଟର ଆଇଡି ସମ୍ବନ୍ଧିତ ଆଉ ୩ଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ନୂଆ ନିଷ୍ପତ୍ତି ଅନୁଯାୟୀ ଜାନୁଆରୀ ୧ରେ ୧୮ ବର୍ଷ ହୋଇଥିବା ଯୁବଗୋଷ୍ଠୀ ଭୋଟର କାର୍ଡରେ ନିଜ ନାମ ସାମିଲ କରିବା ପାଇଁ ଆବେଦନ କରିପାରିବେ। ଭୋଟର ଆଇଡିରେ ନାମ ସଂଯୋଗ କରିବାକୁ ସେମାନେ ବର୍ଷକୁ ୪ ଥର ଆବେଦନ କରିପାରିବେ। ପୂର୍ବରୁ ବର୍ଷକୁ ଥରେ ଏହି ସୁଯୋଗ ଦିଆଯାଉଥିଲା।

ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇବ। ସେହିପରି ଏବେ ଭୋଟର ଆଇଡି କାର୍ଡରେ ପତ୍ନୀ ଶଦ୍ଦକୁ ହଟାଇ ଦିଆଯିବ। ଏହା ବଦଳରେ ଜୀବନ ସାଥୀ ଶଦ୍ଦ ବ୍ୟବହାର କରାଯିବ। ଏହା ଦ୍ବାରା ସେବାରତ ଭୋଟରଙ୍କ ପତ୍ନୀ କିମ୍ବା ପତିଙ୍କୁ ଭୋଟ ଦେବାରେ ସହାୟକ ହେବ। ସେମାନଙ୍କୁ ଅନ୍ୟ ମତଦାତାଙ୍କ ତୁଳନାରେ ବିଶେଷ ସୁବିଧା ପ୍ରଦାନ କରାଯିବ। ସୂଚନାଯୋଗ୍ୟ ଯେ ଦୂରାନ୍ତ ଅଞ୍ଚଳରେ ମୁତୟନ ଥିବା ସୈନିକ କିମ୍ବା ବିଦେଶ ମିଶନରେ କାର୍ଯ୍ୟ କରୁଥିବା ଲୋକଙ୍କୁ ସେବାରତ ଭୋଟର କୁହାଯାଏ। ସରକାର ଆଉ ଏକ ଗୁରୁତ୍ବପୂର୍ଣ୍ଣ୍ ନିଷ୍ପତ୍ତି ମଧ୍ୟ ନେଇଛନ୍ତି।

Also Read  Allu Arjun walks out of Hyderabad prison after spending night