ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଶୁକ୍ରବାର ଦିନ ଟେଲିଫୋନ୍ ମାଧ୍ୟମରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ କଥା ହୋଇଛନ୍ତି । ଏହି ସମୟରେ ସେ ଚୀନ୍କୁ ଧମକ ଦେଇଥିଲେ ଯେ ଯଦି ସେମାନେ ରୁଷକୁ ସାହାଯ୍ୟ କରନ୍ତି, ତେବେ ଏହାର ପରିଣାମର ସମ୍ମୁଖୀନ ହେବାକୁ ପଡ଼ିବ । ବାସ୍ତବରେ, ୟୁକ୍ରେନ ଉପରେ ରୁଷର ଆକ୍ରମଣ ପାଇଁ ରୁଷକୁ ସାମରିକ ଏବଂ ଅର୍ଥନୈତିକ ସହାୟତା ପ୍ରଦାନରୁ ଆମେରିକା ଚୀନ୍କୁ ଅଟକାଇବାକୁ ଚେଷ୍ଟା କରୁଛି ।
ଗତ ବର୍ଷ ନଭେମ୍ବରରେ ବାଇଡେନ ଏବଂ ସି ଜିନପିଙ୍ଗ୍ ଏକ ଡିଜିଟାଲ୍ ଶିଖର ସମ୍ମିଳନୀ କରିଥିଲେ । ଏହା ପରଠାରୁ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ପାଇଁ ଯୋଜନା ଚାଲିଥିଲା । ତେବେ, ୟୁକ୍ରେନ ବିରୁଦ୍ଧରେ ରୁଷର ଆକ୍ରମଣକୁ ନେଇ ୱାଶିଂଟନ୍ ଏବଂ ବେଜିଂ ମଧ୍ୟରେ ପାର୍ଥକ୍ୟ ଏହି ବାର୍ତ୍ତାଳାପର କେନ୍ଦ୍ରରେ ରହିବ ବୋଲି ଆଶା କରାଯାଉଛି ।
ସ୍ଥାନୀୟ ସମୟ ଅନୁସାରେ ଦୁଇ ନେତା ସକାଳ ୯.୦୩ରେ ଆଲୋଚନା ଆରମ୍ଭ କରିଥିଲେ । ହ୍ବାଇଟ୍ ହାଉସର ପ୍ରେସ ସଚିବ ଜେନ ପସାକି କହିଛନ୍ତି ଯେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଚୀନ୍ର ସମର୍ଥନ ଏବଂ ୟୁକ୍ରେନରେ ରୁଷର ବର୍ବର ଆକ୍ରମଣକୁ ସମାଲୋଚନା କରି ବାଇଡେନ୍ ଜିନପିଙ୍ଗଙ୍କୁ ଙ୍କୁ ପ୍ରଶ୍ନ କରିଛନ୍ତି ।
ଶୁକ୍ରବାର ଦିନ ଚୀନ୍ ପୁଣିଥରେ ମାନବିକ ସହାୟତା ପାଇଁ ଆଲୋଚନା ଏବଂ ଅନୁଦାନ ପାଇଁ ନିଜର ଆବେଦନକୁ ଦୋହରାଇଛି । ଏଥିସହିତ ସେ ରୁଷକୁ ଉତ୍ତେଜିତ କରିବା ସହ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇଦେବା ବିବାଦକୁ ବଢାଇଥିବାର ସେ ଅଭିଯୋଗ କରିଛନ୍ତି ।