ଝୁଲଣ ଉତ୍ସବ ଦେଖିବା ହେଲା କାଳ, ବାଣ ଫୁଟି ଜଣେ ମୃତ

0
1563

ବାଲିପାଟଣା : ଖୁସି ପାଲଟିଗଲା ଦୁଃଖ । କାଠଚକ୍ରି ବାଣ ଫୁଟି ଜଣଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବ୍ଲକ ନରିଶୋରେ ଦୋଳ ମେଳଣ ଅବସରରେ ଘଟିଛି ଏହି ଅଘଟଣ ।ମୃତକ ନିକଟସ୍ଥ ନରିଶୋ ଶାସନ ଗାଁର ସ୍ମୃତି ରଞ୍ଜନ ଷଡଙ୍ଗୀ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଦୋଳ ପୁର୍ଣ୍ଣିମା ଅବସରରେ ବାଣ ଫୁଟାଇ ଧୁମ୍‌ଧାମ୍‌ରେ ଝୁଲଣ ଉତ୍ସବ ପାଳନ କରୁଥିଲେ । ଏହି ସମୟରେ ସ୍ମୃତି ନିକଟରେ ଠିଆ ହୋଇଥିବା ବେଳେ ବାଣ ଛିଟିକି ପଡ଼ିଥିଲା । ଫଳରେ ତାଙ୍କ ମୁଣ୍ଡରେ ବାଜିଥିଲା । ପରେ ସେଠାରୁ ତାଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି ।

Also Read  କିଭ୍‌ରୁ ହଟିଲା ସପ୍ତାହାନ୍ତ କର୍ଫ୍ୟୁ : ପଶ୍ଚିମଭାଗକୁ ଚାଲିଯିବା ଲାଗି ଛାତ୍ରଛାତ୍ରୀଙ୍କୁ ପରାମର୍ଶ