ଚେସ୍ ଖେଳ ମାଧ୍ୟମରେ ନିଶାଗ୍ରସ୍ତ ଯୁବକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି

0
516

ଭୁବନେଶ୍ୱର: ୧୬/୦୩ : ନିଶାଗ୍ରସ୍ତ ହୋଇ ପଥଭ୍ରଷ୍ଟ ଯୁବକମାନଙ୍କୁ ଚେସ୍ ଖେଳ ମାଧ୍ୟମରେ ସଠିକ୍ ପଥକୁ ଆଣିବାର ଲକ୍ଷ୍ୟ ନେଇ ଏଠାରେ ମଙ୍ଗଳବାର ଏ୍ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମାନସିକ ରୋଗ ବିଭାଗର ପ୍ରଫେସର ଶୁଭେନ୍ଦୁ ନାରାୟଣ ମିଶ୍ର ଏଥିରେ ଯୋଗ ଦେଇ ଯୁବଗୋଷ୍ଠୀ ଧଳାଜହର ନିଶାଠାରୁ ନିଜକୁ କିଭଳି ଦୂରରେ ରଖି ଏକ ସୁସ୍ଥ ଓ ଗଠନ ମୂଳକ ଜୀବନ ଆଡକୁ ଆକୃଷ୍ଟ ହୋଇପାରିବେ ସେ ନେଇ ମତ ରଖିଥିଲେ ।
ଡ୍ରିମ୍‌ସ ମିଶନ୍‌ର ଏହି ଅଭିନବ ପଦକ୍ଷେପ ମାଧ୍ୟମରେ ଭୁବନେଶ୍ୱର ପୋଲିସ୍ କମିଶନରେଟ, ଓଡ଼ିଶା ମାଇନିଂ କର୍ପୋରେସନ୍ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଜୁକେଶନ ଆଣ୍ଡ କେୟାର (ଆଇ.ଆଇ.ଇ.ସି)” ର ମିଳିତ ସହଯୋଗରେ ନିଶାଜନିତ ସାମାଜିକ ବ୍ୟାଧିକୁ କିଭଳି ପ୍ରତିହତ କରାଯାଇପାରିବ ସେ ନେଇ ଏକ ଚେସ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ।

ଡ୍ରିମସ୍ ମିଶନ୍ ପ୍ରଥମ ପର୍ଯ୍ୟାୟ ରେ ନିଶାଗ୍ରସ୍ତ ପଥଭ୍ରଷ୍ଟ ଯୁବକମାନଙ୍କୁ ସଜାଡିବା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛି । ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସହିତ ନିଶାଦ୍ୱାରା ଅପରାଧ ଘଟାଇଥିବା ୫୦ ଜଣ ଯୁବକଙ୍କୁ ରିଭୋଲ୍ୟୁସନ୍ ଥଇଥାନ କେନ୍ଦ୍ରରେ ଅବସ୍ଥାପିତ କରାଯାଇଅଛି । ସେମାନଙ୍କୁ କାଉନ୍‌ସେଲିଂ, ଯୋଗ, ବ୍ୟାୟାମ୍ ଏବଂ ଉପଯୁକ୍ତ ଶିକ୍ଷାଦ୍ୱାରା ସୁଧାରିବା ପାଇଁ ଚେଷ୍ଟା କରାଯାଉଛି ।

ସେହିପରି ଚେସ୍ ଖେଳ ଦ୍ୱାରା ସେମାନଙ୍କର ମାନସିକ ସ୍ଥିରତା ବଜାୟ ରଖିବା ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ଖେଳରେ ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ଲାଭ କରିଥିବା ପ୍ରଶିକ୍ଷକ ସତ୍ୟରଂଜନ ପଟ୍ଟନାୟକ ଓ ତାଙ୍କର ସହଯୋଗୀ ସତ୍ୟଜିତ୍ ପଟ୍ଟନାୟକ ଓ ସୂର୍ଯ୍ୟମିତ୍ର ସେନ୍ ୫୦ ଜଣ ଯୁବକଙ୍କୁ ପ୍ରତି ରବିବାର ଦିନ ପ୍ରଶିକ୍ଷଣ ଦେବେ ।

ଚେସ୍ ଭଳି ଏକ ଶକ୍ତିଶାଳୀ ଖେଳ ସେମାନଙ୍କର ମାନସିକ ଏକାଗ୍ରତା ଆଣିବ ବୋଲି ଆଶା କରାଯାଏ ବୋଲି ପ୍ରଫେସର ମିଶ୍ର କହିଛନ୍ତି । ଏହି କାର୍ଯ୍ୟକ୍ରମରେ କ୍ରୀଡା ଦ୍ୱାରା ମାନସିକ ସ୍ଥିରତାର ଅଭିବୃଦ୍ଧି ସହ ଚାକିରି କ୍ଷେତ୍ର ରେ ବି ଅନେକ ଯୁବକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ମତ ପ୍ରକାଶ ପାଇଥିଲା ।

କାର୍ଯ୍ୟକ୍ରମକୁ ଉଦ୍‌ଘାଟନ୍ କରିବା ଅବସରରେ ଅତିରିକ୍ତ ପୋଲିସ୍ କମିଶନର ଶ୍ରୀ ନିତି ଶେଖର ଏହି ଖେଳ ଦ୍ୱାରା ନିଶାଗ୍ରସ୍ତ ଯୁବ ସମାଜକୁ ଏକ ସ୍ଥିର ମାର୍ଗଦର୍ଶନ ମିଳିପାରିବ ବୋଲି ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମକୁ ଡ୍ରିମ୍‌ସ୍ ର ନିର୍ଦ୍ଦେଶକ ଡ. ଶିଶିିର କୁମାର ଦାସ ପରିଚାଳନା କରିଥିଲେ ।

Also Read  ରାଜ୍ୟରେ ହଜାରେ ଉପରେ ଦୈନିକ କରୋନା ସଂକ୍ରମଣ: ୧୭୫ ଜଣ ୧୮ ବର୍ଷରୁ କମ୍ ବୟସର

LEAVE A REPLY

Please enter your comment!
Please enter your name here