କେଜିଏଫ୍‌-୨ ପାଇଁ ୟଶ୍‌ ନେଇଛନ୍ତି ୨୫କୋଟି

0
1241

ନୂଆଦିଲ୍ଲୀ : କେଜିଏଫ୍‌-୨ର ଟ୍ରେଲର୍ ମୁକ୍ତିଲାଭ ପରେ ସବୁରି ମହଲରେ ଚର୍ଚ୍ଚା ଚାଲିଛି। ନାୟକ ୟଶ୍‌ଙ୍କୁ ଏଥରକ ପଛରେ ପକାଇଛନ୍ତି ସଞ୍ଜୟ ଦତ୍ତ ଓ ରବୀନା ଟଣ୍ଡନ। ସଞ୍ଜୟଙ୍କ ନୂଆ ଚେହେରାକୁ ନେଇ ମଧ୍ୟ ଗଣମାଧ୍ୟମରେ ଆଲୋଚନା ହେଉଛି। କର୍କଟ ରୋଗର ଚିକିତ୍ସା ଚାଲିଥିବା ସମୟରେ ସଞ୍ଜୟ ଏହି ସୁଟିଂ ଶେଷ କରିଥିଲେ। କେଜିଏଫ୍‌ର ଏହି ଭୂମିକା ପାଇଁ ସଞ୍ଜୟ ୧୦-୧୨ କୋଟି ଟଙ୍କା ନେଇଥିବାର କହିଛନ୍ତି ୟୁନିଟ୍ ସଦସ୍ୟ। ରବୀନା ଟଣ୍ଡନ ଦମ୍‌ଦାର୍ ଅଭିନୟ କରି ୨କୋଟି ଟଙ୍କା ନେଇଥିବାବେଳେ ନାୟକ ୟଶ୍ ୨୫କୋଟି ଟଙ୍କାରେ ଚୁକ୍ତି କରିଥିଲେ। କନ୍ନଡ଼ ସିନେଜଗତର ହିଟ୍ ହିରୋ ୟଶ୍ ତାଙ୍କ ଆୟର ଅର୍ଦ୍ଧାଧିକ ଭାଗ ଜନହିତକର କାମରେ ଲଗାଇଥାନ୍ତି।

Also Read  ଜୁନ୍‌ ୧୩ରେ ବାଚସ୍ପତି ନିର୍ବାଚନ, ଶୁକ୍ରବାର ହେବ ପ୍ରାର୍ଥୀପତ୍ର ଦାଖଲ