ଜେଲରେ ନବଜୋତ ସିଂହ ସିଦ୍ଧୁ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

0
1009

ଜେଲରେ ଥିବା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ଅସୁସ୍ଥ । ପଟିଆଲା ସେଣ୍ଟ୍ରାଲ୍ ଜେଲର ୧୦ ନମ୍ବର ବାରାକରେ ସେ ରହୁଥିଲେ । ୧୯୮୮ ରୋଡରେଜ୍ ମାମଲାରେ ତାଙ୍କୁ ସୁପ୍ରିମକୋର୍ଟ ବର୍ଷେ ଜେଲ ଦଣ୍ଡାଦେଶ ଦେବା ପରେ ଦୁଇ ଦିନ ହେବ ଜେଲରେ ରହୁଥିଲେ । ଅଚାନକ ଅସୁସ୍ଥତା ଅନୁଭବ କରିବାକୁ ତାଙ୍କୁ ପଟିଆଲାର ରାଜିନ୍ଦ୍ର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମେଡିକାଲ ଟିମ୍ ତାଙ୍କର ସ୍ୱାସ୍ଥ୍ୟାବସ୍ଥାର ଯାଞ୍ଚ କରୁଛନ୍ତି । ତେବେ ତାଙ୍କର କଣ ହୋଇଛି ସ୍ପଷ୍ଟ ସୂଚନା ମିଳିନାହିଁ । ୧୯୮୮ ରୋଡରେଡ୍ ମାମଲାରେ ସିଦ୍ଧୁଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ ହୋଇଛି । ପୀଡ଼ିତଙ୍କ ପରିବାର ପକ୍ଷରୁ ହୋଇଥିବା ରିଭ୍ୟୁ ପିଟିସନର ଶୁଣାଣି କରି ଦଣ୍ଡାଦେଶ ଶୁଣାଇଥିଲେ ସୁପ୍ରିମକୋର୍ଟ । ଗତ ୨୦ ତାରିଖରୁ ସେ ଜେଲରେ ଥିଲେ ।

Also Read  ପାକିସ୍ତାନୀ ସାଂସଦ ଆମୀର ଲିୟାକତଙ୍କ ସନ୍ଦେହଜନକ ମୃତ୍ୟୁ

LEAVE A REPLY

Please enter your comment!
Please enter your name here