ରାଜ୍ୟମାନଙ୍କୁ ମିଳିଛି ୫ ଲକ୍ଷ ୫୫ ହଜାର ୧୨୧ କୋଟି ଟଙ୍କାର ଜିଏସଟି କ୍ଷତିପୂରଣ

0
105

ନୂଆଦିଲ୍ଲୀ: ବିଗତ ପାଞ୍ଚ ବର୍ଷ ମଧ୍ୟରେ ବସ୍ତୁ ଓ ସେବା କର (ଜିଏସଟି) କାର‌୍ୟ୍ୟକାରୀ କରିବା କାରଣରୁ ରାଜ୍ୟମାନଙ୍କର ହୋଇଥିବା ରାଜସ୍ବ ହାନି ବାବଦରେ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶକୁ ୫ ଲକ୍ଷ ୫୫ ହଜାର ୧୨୧ କୋଟି ଟଙ୍କାର ଜିଏସଟି କ୍ଷତିପୂରଣ ଯୋଗାଇ ଦେଇଛନ୍ତି । ସମ୍ବିଧାନର ୧୦୧ତମ ସଂଶୋଧନର ଧାରା ୧୮ ଅନୁଯାୟୀ, ଜିଏସଟି ପରିଷଦର ସୁପାରିସ କ୍ରମେ ଏହି ସହାୟତା ଯୋଗାଇ ଦେଇଥିବା କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ପଙ୍କଜ ଚୌଧୁରୀ ରାଜ୍ୟ ସଭାରେ ଏକ ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି ।

୨୦୧୭-୧୮ ଆର୍ଥିକ ବର୍ଷ ଠାରୁ ୨୦୨୨-୨୩ ଆର୍ଥିକ ବର୍ଷ ପର‌୍ୟ୍ୟନ୍ତ ୫ ବର୍ଷର ଅବଧି ମଧ୍ୟରେ କେନ୍ଦ୍ର ସରକାର ଏହି କ୍ଷତିପୂରଣ ଯୋଗାଇ ଦେଇଛନ୍ତି । ଅନ୍ୟପଟେ ପାଞ୍ଚ ବର୍ଷ ମଧ୍ୟରେ ଜିଏସଟି କ୍ଷତିପୂରଣ ବାବଦରେ ଓଡ଼ିଶାକୁ ୧୬ହଜାର ୧୬୫ କୋଟି ଟଙ୍କା ମିଳିଛି । କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ କ୍ଷତିପୂରଣ ଦେବା ଏବଂ ଜିଏସଟି ଅଧୀନରେ ସମ୍ବଳର ବୃଦ୍ଧି ସମ୍ପର୍କରେ ଲକ୍ଷ୍ନୌରେ ଅନୁଷ୍ଠିତ ୪୫ତମ ଜିଏସଟି ବୈଠକରେ ଆଲୋଚନା କରାଯାଇଥିଲା । ପରିଷଦର ନିଷ୍ପତ୍ତି ପରେ ଦୁଇଟି ମନ୍ତ୍ରୀ ଗୋଷ୍ଠୀ ଗଠନ କରାଯାଇଥିଲା ।

ଜିଏସଟି ପ୍ରଣାଳୀରେ ସଂସ୍କାର ଉପରେ ମନ୍ତ୍ରୀ ଗୋଷ୍ଠୀ ଏବଂ ଦରକୁ ଯୁକ୍ତିସଙ୍ଗତ କରିବା ଲାଗି ମନ୍ତ୍ରୀ ଗୋଷ୍ଠୀ ଗଠନ କରାଯାଇଥିଲା । ଦର ଯୁକ୍ତିସଙ୍ଗତ କରିବା ପରେ ଗଠିତ ମନ୍ତ୍ରୀ ଗୋଷ୍ଠୀ ଏହାର ଅନ୍ତରୀଣ ରିପୋର୍ଟ ଦାଖଲ କରିଥିଲା । କେତେକ ଶୁଳ୍କରେ ସଂଶୋଧନ ଏବଂ ଛାଡ଼ ପାଇଁ ସୁପାରିସ କରାଯାଇଥିଲା ଯାହାକି ଚଣ୍ଡିଗଡ଼ରେ ଅନୁଷ୍ଠିତ ଜିଏସଟି ପରିଷଦ ବୈଠକରେ ଆଲୋଚନା କରାଯାଇଥିଲା। ମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ବାରା ନିରନ୍ତର ଜିଏସଟି ସଂସ୍କାର କାର‌୍ୟ୍ୟକାରୀ କରିବା କାରଣରୁ ନିକଟରେ ମାସିକ ଜିଏସଟି ସଂଗ୍ରହ ବୃଦ୍ଧି ପାଇଛି ।

୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ହାରାହାରୀ ମାସିକ ସକଳ ଜିଏସଟି ସଂଗ୍ରହ ୧.୫୧ ଲକ୍ଷ କୋଟି ଟଙ୍କା ରହିଛି । ପୂର୍ବ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଏହା ୧.୧୦ ଲକ୍ଷ କୋଟି ଟଙ୍କା ରହିଥିଲା । ଚଳିତ ଆର୍ଥିକ ବର୍ଷରେ ଏଥିରେ ୩୭% ବୃଦ୍ଧି ପରିଲକ୍ଷିତ ହୋଇଥିବା ମନ୍ତ୍ରୀ କହିଥିଲେ । ମନ୍ତ୍ରୀ କହିଥିଲେ ଯେ ପାଞ୍ଚ ବର୍ଷର ଅବଧି ଠାରୁ ଅଧିକ ସମୟ ପାଇଁ ଜିଏସଟି କ୍ଷତିପୂରଣ ଦେବା ଲାଗି କେତେକ ରାଜ୍ୟ ଅନୁରୋଧ କରିଥିଲେ ।

Also Read  Chidambaram wants to know why GST goals are changing

ମନ୍ତ୍ରୀ ଆହୁରି କହିଥିଲେ ଯେ ଜିଏସଟି (ରାଜ୍ୟମାନଙ୍କୁ କ୍ଷତିପୂରଣ) ଆଇନ, ୨୦୧୭ର ଧାରା ୭ ଅନୁଯାୟୀ, ୧.୭.୨୦୧୭ରେ ଜିଏସଟି ଲାଗୁ ହେବା ପରେ ହୋଇଥିବା ରାଜସ୍ବ ହାନି ବାବଦରେ ୫ ବର୍ଷ ପାଇଁ ରାଜ୍ୟମାନଙ୍କୁ କ୍ଷତିପୂରଣ ଦିଆଯିବାର ନିୟମ ରହିଛି । ଟିକସ ବ୍ୟବସ୍ଥାରେ ପରିବର୍ତ୍ତନ ସମୟରେ, ୨୦୧୫-୧୬ ମୂଳ ବର୍ଷ ତୁଳନାରେ ବାର୍ଷିକ ୧୪% ଅଭିବୃଦ୍ଧି ହାରରେ ରାଜ୍ୟମାନଙ୍କର ରାଜସ୍ବକୁ ସୁରକ୍ଷା ଦିଆଯାଇଛି । ତଦନୁଯାୟୀ, ସୁରକ୍ଷିତ ରାଜସ୍ବ ବାବଦରେ ଦେଖାଦେଇଥିବା ନିଅଣ୍ଟ ଭରଣା କରିବା ଲାଗି ରାଜ୍ୟମାନଙ୍କୁ କ୍ଷତିପୂରଣ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here