ଆଉ ଜଣେ ଅଧ୍ୟାପକଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ଛାତ୍ରୀ

0
115

ବ୍ରହ୍ମପୁର:ଛାତ୍ରୀଙ୍କୁ ନିର୍ଯାତନା ଜନିତ ଅଭିଯୋଗକୁ ନେଇ ଏବେ ଚର୍ଚ୍ଚାରେ ରହିଛି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ । ପୂର୍ବରୁ ଓଡ଼ିଆ ଏବଂ ଇଂରାଜୀ ସ୍ନାତକୋତ୍ତର ବିଭାଗର ଅଧ୍ୟାପକଙ୍କ ବିରୋଧରେ କେତେକ ଛାତ୍ରୀ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ । ଏବେ ଇତିହାସ ବିଭାଗର ଅଧ୍ୟାପକଙ୍କ ବିରୋଧରେ ନିର୍ଯାତନା ଆଣିଛନ୍ତି ଛାତ୍ରୀ। କେତେକ ଛାତ୍ରୀ ଏନେଇ କୁଳପତିଙ୍କୁ ଡାକ ମାଧ୍ୟମରେ ଗତ ୪ ତାରିଖରେ ଅଭିଯୋଗପତ୍ର ପଠାଇଥିବା ଜଣାପଡିଛି । ଅଭିଯୋଗ ପାଇବା ପରେ କୁଳପତି ଏହାକୁ ପିଜି କାଉନସିଲ ଅଧ୍ୟକ୍ଷକଙ୍କ ପାଖକୁ ପଠାଇବା ସହ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିଲେ ।

କିନ୍ତୁ ବର୍ତ୍ତମାନ ସୁଦ୍ଧା ସଂପୃକ୍ତ ଅଧ୍ୟାପକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଯୋଗୁ ମଙ୍ଗଳବାର ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଛାତ୍ରୀ । ଅଭିଯୋଗ ପତ୍ରରେ ଛାତ୍ରୀମାନେ ଉଲ୍ଲେଖ କରିଛନ୍ତି ଯେ, ଜନୈକ ପ୍ରଫେସର କେବଳ ଛାତ୍ରୀମାନଙ୍କୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ବିଭାଗୀୟ ପାଠାଗାରରେ ରହିବାକୁ କହୁଥିଲେ । ନରହିଲେ ମାର୍କ କାଟିଦେବାର ଭୟ ଦେଖାଇବା ସହ ପେପର ବ୍ୟାକ୍ କରିଦେବାକୁ ଚେତାବନୀ ଦେଉଥିଲେ । ଫଳରେ ଛାତ୍ରୀମାନେ ମାନସିକ ନିର୍ଯାତନା ଭୋଗୁଛନ୍ତି । ଏଣୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏଥିରେ ଉଲ୍ଲେଖ କରାଯାଇଥିଲା ।

ତେବେ ଅଭିଯୋଗକୁ ୧୫ ଦିନରୁ ଅଧିକ ବିତିଯାଇଥିଲେ ମଧ୍ୟ ସଂପୃକ୍ତ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଯୋଗୁ ଛାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ ଯେ, ପୂର୍ବରୁ ସ୍ନାତକୋତ୍ତର ଇଂରାଜୀ ବିଭାଗ ଏବଂ ଓଡ଼ିଆ ବିଭାଗର ନିର୍ଦ୍ଧିଷ୍ଟ ଅଧ୍ୟାପକଙ୍କ ବିରୋଧରେ ମଧ୍ୟ ଛାତ୍ରୀମାନେ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏପରିକି ଓଡ଼ିଆ ବିଭାଗର ଜଣେ ଅଧ୍ୟାପକଙ୍କ ବିରୋଧରେ ଜଣେ ଛାତ୍ରୀ ଅଭିଯୋଗ କରିବା ପରେ ପୋଲିସ ଗିରଫ କରିଥିଲା।

Also Read  ରାହୁଲକୁ ଭେଟିବା ପାଇଁ ଦିଲ୍ଲୀରୁ ସିଧା ବିଲାସପୁର ଯିବେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ

LEAVE A REPLY

Please enter your comment!
Please enter your name here