ମନି ଲଣ୍ଡ୍ରିଂ ମାମଲାରେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନଙ୍କୁ ଗିରଫ କଲା ଇଡି

0
420
delhi-health-minister-satyendar-jain arrested by ED

ନୂଆଦିଲ୍ଲୀ: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ ଗିରଫ । ସତୈନ୍ଦ୍ର ଜେନକୁ ମନି ଲଣ୍ଡ୍ରିଂ ମାମଲାରେ ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି । ଅର୍ଥ ହେରଫେର ମାମଲାରେ ତାଙ୍କୁ ଗିରଫ କରାଯାଇଛି । ଦିଲ୍ଲୀ ସରକାର ମନ୍ତ୍ରୀ ଥିବା ସତୈନ୍ଦ୍ର ମିଛ କମ୍ପାନୀ ଜରିଆରେ ଟଙ୍କା ନେଣଦେଣର ଅଭିଯୋଗ ପରେ ଇଡି ତାଙ୍କୁ ଗିରଫ କରିଛି ।

ଗତ ମାସରେ ଜୈନ ପରିବାରର ୪.୮୧ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଏବଂ ସେମାନଙ୍କ ଦ୍ୱାରା ନିୟନ୍ତ୍ରିତ ତଥା ମାଲିକାନାରେ ଥିବା କମ୍ପାନୀଗୁଡିକ ଇଡି ଜବତ କରିଥିଲା।ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲାର ତଦନ୍ତ ସଂପର୍କରେ ଏହି ଜବତ କରାଯାଇଥିଲା। ୨୦୧୮ ମସିହାରେ ମଧ୍ୟ ଇଡି ଏହି ମାମଲାରେ ତାଙ୍କୁ ଜେରା କରିଥିଲା।

Also Read  Economic Condition of Former Sportspersons