କଟକ: ବାରବାଟୀ ଷ୍ଟାଡିୟମରେ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯିବାକୁ ଥିବା ଟି ଟ୍ବେଣ୍ଟି ମ୍ୟାଚ ପାଇଁ ଜୁନ ୧ ତାରିଖ ଦିନ ୧୧ଟାରୁ ଆରମ୍ଭ ହେବ ଅନଲାଇନ ଟିକେଟ ବିକ୍ରି । ପେଟିଏମ୍ ଆପ୍ କିମ୍ବା WWW.INSIDER.INରେ ଲଗ୍ଇନ୍ କରି ଟିକେଟ୍ ବୁକିଂ କରିହେବ । ଟିକେଟ୍ ବୁକିଂ ପାଇଁ ପରିଚୟ ପତ୍ର ଅପଲୋଡ୍ କରିବାକୁ ହେବ । ଏଥିପାଇଁ ନିଜର ଆଇଡି ପ୍ରୁଫ୍, ଫୋନ ନମ୍ବର ଏବଂ ଇମେଲ ଆଇଡି ଦେଇ ଟିକେଟ୍ ବୁକିଂ କରିପାରିବେ । ମୋଟ ୫ ହଜାର ଟିକେଟ୍ ଅନଲାଇନରେ ମିଳିବ । ଜଣେ ଦର୍ଶକ ସର୍ବାଧିକ ଦୁଇଟି ଟିକେଟ ବୁକିଂ କରି ପାରିବେ । କେବଳ ଗ୍ୟାଲେରୀ ନଂ ୨, ୪, ୭, ସ୍ପେଶାଲ ଏନକ୍ଲୋଜର, ଏସି ବକ୍ସ ପାଇଁ ଏହି ଅନଲାଇନ ଟିକେଟ୍ ଉପଲବ୍ଧ ରହିବ।
ଅନଲାଇନ୍ ଟିକେଟ କରିଥିବା ବ୍ୟକ୍ତି ୯ ତାରିଖରୁ ୧୧ ତାରିଖ ମଧ୍ୟରେ ଦିନ ୧୦ଟାରୁ ୬ ଟା ମଧ୍ୟରେ ସେମାନଙ୍କ ଟିକେଟର ହାର୍ଡକପି ସଂଗ୍ରହ କରିବେ । ଉଭୟ ଅଫଲାଇନ ଏବଂ ଅନଲାଇନ୍ ରେ ଟିକେଟ୍ ବିକ୍ରି ହେବ । ଭୁବନେଶ୍ବର ଓ କଟକରେ ଖୋଲିବ ଦୁଇଟି ଲେଖାଏଁ କାଉଣ୍ଟର । ଜୁନ୍ ୧୨ରେ ବାରବାଟୀରେ କେଳାଯିବ ବାରତ- ଦକ୍ଷିଣ ଆଫ୍ରିକା ମ୍ୟାଚ । ମ୍ୟାଚ୍ ପାଇଁ ଓସିଏର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଖେଳାଳିଙ୍କ ସୁରକ୍ଷା, ଟ୍ରାଫିକ୍, ପାର୍କିଂ ଭଳି ବ୍ୟବସ୍ଥାକୁ ନେଇ ଆଲୋଚନା ହୋଇଛି ।
























