ସାବିତ୍ରୀରେ ଶାଶୁଘରୁ ଫେରାର ହେଲେ ସାବିତ୍ରୀ; ବଜାରକୁ କିଣା କିଣି କରିବାକୁ ଯାଇ ଛୁ ମାରିଲା ବୋହୂ

0
413
daughter-in-law missing from her mother-in-law's house

ପିପିଲି: ସାବିତ୍ରୀ ବ୍ରତ ପାଇଁ ବଜାରକୁ କିଣା କିଣି କରିବାକୁ ଯାଇ ଆଉ ଶାଶୂ ଘରକୁ ଫେରିଲେନି ବୋହୂ । ଏନେଇ ବଳଙ୍ଗା ଥାନାରେ ଅଭିଯୋଗ କରିଛନ୍ତି ଶାଶୁ ଘର ଲୋକ। ବଳଙ୍ଗା ଥାନା ଅନ୍ତର୍ଗତ ବ୍ରାହ୍ମଣଖଣ୍ଡି ଗାଁର ପ୍ରଭାକର ବେହେରା ବୋହୂ ଫେରାର ହୋଇ ଯାଇଥିବା ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ବଳଙ୍ଗା ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ବୋହୂ ଯମୁନା ବେହେରା କହିଛନ୍ତି, ଶାଶୂ ଘରେ ତାଙ୍କୁ ନିର୍ଯ୍ୟାତନ ଦିଆଯାଉଥିଲା । ସେଥିପାଇଁ ସେ ଘର ଛାଡ଼ିଥିବା ଥାନାରେ କହିଛନ୍ତି ।

ଅଭିଯୋଗ ଅନୁଯାୟୀ ଶନିବାର ଦିନ ପ୍ରଭାକରଙ୍କ ସାନ ବୋହୂ ନିଜର ୩ ବର୍ଷର ଶିଶୁପୁତ୍ରକୁ ଛାଡ଼ି ଅନ୍ୟ ଯାଆଙ୍କ ସହ ମାର୍କେଟିଂ କରିବାକୁ ବଳଙ୍ଗା ବଜାରକୁ ଯାଇଥିଲେ । ଯାଆ ଦୋକାନରୁ କିଣାକିଣି କରୁଥିବା ବେଳେ ଯମୁନା ମୋବାଇଲ ମରାମତି ଦୋକାନରୁ ଆସୁଛି ବୋଲି କହି ସେଠାରୁ ଚାଲି ଯାଇଥିଲେ। ବେଶ କିଛି ସମୟ ବିତି ଯାଇଥିବା ବେଳେ ଯାଆ ମଧ୍ୟ କିଣାକିଣି ସାରି ଦେଇଥିଲେ। ସେ ଅଟୋ ପାଖରେ ପହଞ୍ଚି ଯମୁନାଙ୍କୁ ଖୋଜିଥିଲେ ମଧ୍ୟ ପାଇନଥିଲେ। ବ୍ୟସ୍ତ ହୋଇ ତୁରନ୍ତ ଘର ଲୋକଙ୍କୁ ଏ ସମ୍ପର୍କରେ ଖବର ଦେଇଥିଲେ। ଘର ଲୋକେ ଆସି ବଳଙ୍ଗା ବଜାରରେ ଖୋଜା ଖୋଜି କରିଥିଲେ ହେଁ ଯମୁନାଙ୍କ ପତ୍ତା ମିଳିନଥିଲା। ଶେଷରେ ପରିବାର ଲୋକ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ତଦନ୍ତ କରି ଯମୁନାଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ସେ ନିଜ ଇଚ୍ଛାରେ ଶାଶୁ ଘର ଛାଡ଼ିଥିବା କହିଛନ୍ତି। ପୁଲିସ୍‌ ଏବେ ଘଟଣାର ଅଧିକ ତଦନ୍ତ କରୁଛି।

Also Read  Government Maternity Leave Clarified