ପଞ୍ଚାୟତ ନିର୍ବାଚନ : ପ୍ରାର୍ଥୀ ଭୁଲ ତଥ୍ୟ ଦେଲେ ୬ ମାସ ଜେଲ୍ ଓ ଜରିମାନା

0
828
ପଞ୍ଚାୟତ ନିର୍ବାଚନ
ପଞ୍ଚାୟତ ନିର୍ବାଚନ

ଭୁବନେଶ୍ବର : ଆଗକୁ ପଞ୍ଚାୟତ ନିର୍ବାଚନ । ତୃଣମୂଳ ସ୍ତରରେ ସ୍ୱଚ୍ଛତା ଆଣିବାକୁ ଏଥର ପ୍ରଣୟନ ହୋଇଛି ନୂଆ ବ୍ୟବସ୍ଥା। ଏ ସମ୍ପର୍କୀତ ଗେଜେଟ ପ୍ରକାଶିତ ହୋଇଛି। ଫଳରେ ତୃଣମୂଳ ସ୍ତରରେ ମଇଦାନକୁ ଓହ୍ଲାଇବାକୁ ଥିବା ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ ସତ୍ୟପାଠ ଜରିଆରେ ନିଜ ସମ୍ପର୍କୀତ ତଥ୍ୟ ଦେବେ । ପରବର୍ତ୍ତୀ ସମୟରେ ଏହା ଭୁଲ୍‌ ପ୍ରମାଣିତ ହେଲେ ସେମାନଙ୍କ ବିରୋଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ଆଜି ଏହି ଅଧ୍ୟାଦେଶ ସମ୍ପର୍କିତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରିଛି ଆଇନ ବିଭାଗ।

ସତ୍ୟପାଠ ଜରିଆରେ ପ୍ରାର୍ଥୀମାନଙ୍କୁ ତଥ୍ୟ ଦେବାକୁ ବାଧ୍ୟତାମୂଳକ କରାଯାଇଛି। ପ୍ରାର୍ଥୀ ନିଜର ସମସ୍ତ ଅପରାଧିକ ମାମଲା, ସମ୍ପତ୍ତି, ଶିକ୍ଷାଗତ ଯୋଗ୍ୟତାର ତଥ୍ୟ ଦେବା ବାଧ୍ୟତାମୂଳକ। ପ୍ରାର୍ଥୀ ଭୁଲ ତଥ୍ୟ ଦେଲେ ୬ ମାସ ପର୍ଯ୍ୟନ୍ତ ଜେଲ୍ ଓ ଜରିମାନା ଦେବେ। ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟଙ୍କ ପାଇଁ ଏହି ନିୟମ ଲାଗୁ ହେବ ବୋଲି ଏଥିରେ କୁହାଯାଇଛି।

ଓଡ଼ିଶା ଗେଜେଟରେ ପ୍ରକାଶିତ ‘ଓଡ଼ିଶା ପଞ୍ଚାୟତ ଆଇନ (ସଂଶୋଧନ) ଅଧ୍ୟାଦେଶ, ୨୦୨୧’ ରେ ଦର୍ଶାଯାଇଛି ଯେ ଓଡ଼ିଶା ରାଜ୍ୟପାଳ ସନ୍ତୁଷ୍ଟ ଅଛନ୍ତି ଯେ ପରିସ୍ଥିତି ଉପୁଜିଛି ଯାହା ଦ୍ବାର ସେ ତୁରନ୍ତ ଓଡ଼ିଶା ଗ୍ରାମରେ ସଂଶୋଧନ କରିବା ଆବଶ୍ୟକ । ଏଣୁ ପଞ୍ଚାୟତ ଅଧିନିୟମ, ୧୯୬୪, ଓଡିଶା ପଞ୍ଚାୟତ ସମିତି ଅଧିନିୟମ, ୧୯୫୯ ଏବଂ ଓଡ଼ିଶା ଜିଲା ପରିଷଦ ଆଇନ, ୧୯୯୧ରେ ସଂଶୋଧନ କରାଯାଇଛି।

Also Read  Official declaration of results for Zilla parishad and Samiti member candidates, today