ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ରାଜ୍ୟ ପରିବହନ ବିଭାଗ ଜାରି କଲା ୱେବ୍‌ସାଇଟ୍‌, ଜୁନ୍‌ ପହିଲାରୁ ବୁକିଂ

0
463
online-service-for-high-security-number plate in vehicles

କଟକ: ହାଇ ସିକ୍ୟୁରିଟ ନମ୍ବର ପ୍ଲେଟ୍ ଲଗାଇବାକୁ ବାଧ୍ୟତାମୂଳକ ନିୟମ ପରେ ଏବେ ବୁକିଂ ପାଇଁ ଅନ୍‌ଲାଇନ୍‌ ସେବା ଆରମ୍ଭ । ପୁରୁଣା ଗାଡ଼ିର ହାଇ ସିକ୍ୟୁରିଟି ନମ୍ବର(ଏଚ୍‌ଏସ୍‌ଆର୍‌ପି) ଓ ରଂଗୀନ ଷ୍ଟିକର୍‌ଯୁକ୍ତ( କଲର୍‌ କୋଟେଡ୍‌) ନମ୍ବର ପ୍ଲେଟ୍ ବୁକ୍ ପାଇଁ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ଅନ୍‌ଲାଇନ୍‌ ସେବା ଆରମ୍ଭ ହେବାକୁ ଯାଉଛି। ଆସନ୍ତା ଜୁନ୍‌ ପହିଲାରୁ ଏହି ସେବା ଉପଲବ୍ଧ ହେବ। ଲୋକେ siam.inରେ ଲଗ୍ ଇନ୍ କରି ଏହି ପ୍ଲେଟ୍ ବୁକ୍ କରିପାରିବେ । ସୋମବାର ଦିନ ରାଜ୍ୟ ପରିବହନ ବିଭାଗ ଏନେଇ ଟ୍ବିଟ୍ କରି ସୂଚନା ଦିଆଯାଇଛି।

କେନ୍ଦ୍ର ସରକାର ମୋଟର ଭେହିକିଲ୍‌ ନିୟମ ଅନୁସା‌ରେ ଏଣିକି ସମସ୍ତ ଗାଡ଼ିରେ ହାଇ ସିକ୍ୟୁରିଟ ନମ୍ବର ପ୍ଲେଟ୍ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି। ରାଜ୍ୟ ସରକାର ମଧ୍ୟ ଏହି ନିୟମକୁ କଡ଼ାକଡ଼ି କରିଛନ୍ତି। ନୂଆ ପୁରୁଣା ସମସ୍ତ ଗାଡ଼ିରେ ଏଣିକି ଏହି ହାଇ ସିକ୍ୟୁରିଟି ନମ୍ବର୍‌ ପ୍ଲେଟ୍ ବ୍ୟବହାର କରିବାକୁ କୁହାଯାଇଛି।

Also Read  Dharmendra Pradhan addresses at the 'New Odisha Youth Ambassadors Meet'