ଜେଲରେ ରହିବେ କେଜ୍ରିୱାଲ: ଟ୍ରାଏଲ କୋର୍ଟଙ୍କ ନିର୍ଦ୍ଦେଶ କୁ ଗ୍ରହଣ କଲେନି ଦିଲ୍ଲୀ ହାଇକୋର୍ଟ

0
126
ଜେଲ ରହିବେ କେଜ୍ରିୱାଲ: ଟ୍ରାଏଲ କୋର୍ଟଙ୍କ ନିର୍ଦ୍ଦେଶ କୁ ଗ୍ରହଣ କଲେନି ଦିଲ୍ଲୀ ହାଇକୋର୍ଟ
ଜେଲ ରହିବେ କେଜ୍ରିୱାଲ: ଟ୍ରାଏଲ କୋର୍ଟଙ୍କ ନିର୍ଦ୍ଦେଶ କୁ ଗ୍ରହଣ କଲେନି ଦିଲ୍ଲୀ ହାଇକୋର୍ଟ

ଜେଲରେ ରହିବେ କେଜ୍ରିୱାଲ: ଟ୍ରାଏଲ କୋର୍ଟଙ୍କ ନିର୍ଦ୍ଦେଶ କୁ ଗ୍ରହଣ କଲେନି ଦିଲ୍ଲୀ ହାଇକୋର୍ଟ
ଭୁବନେଶ୍ୱର: ଜୁନ ୨୫: ମନି ଲଣ୍ଡରିଂ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଙ୍କୁ ଜାମିନ ପ୍ରଦାନ କରିବା ନେଇ ଟ୍ରାଏଲ କୋର୍ଟଙ୍କ ନିଷ୍ପତ୍ତିରେ ରୋକ ଲଗାଇଛନ୍ତି ଦିଲ୍ଲୀ ହାଇକୋର୍ଟ I ଜଷ୍ଟିସ୍ ସୁଧୀର କୁମାର ଜୈନ ଙ୍କ ବେଞ୍ଚ ଜୁନ୍ ୨୦ ରେ ଟ୍ରାଏଲ କୋର୍ଟଙ୍କ ଆଦେଶ ଉପରେ ରୋକ ଲଗାଇବା ପାଇଁ ଚାହୁଁଥିବା ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଙ୍କ ଆବେଦନ ଉପରେ ବିଚାର କରି ଏହାର ରାୟ ପ୍ରକାଶ କରିଛି।
ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ଟ୍ରାଏଲ କୋର୍ଟ ଦ୍ୱାରା କୁହାଯାଇଛି ଯେ’ ଏତେ ପରିମାଣର ସାମଗ୍ରୀକୁ ବିଚାର କୁ ନିଆଯାଇପାରିବ ନାହିଁ। ଏହା ଦର୍ଶାଉଛି ଯେ ଟ୍ରାଏଲ କୋର୍ଟ ଏହି ସାମଗ୍ରୀ ଉପରେ ମୁଣ୍ଡ ଖେଳାଇ ନାହାନ୍ତି I

ଇଡିଙ୍କ ଅଭିଯୋଗ ସହ ହାଇକୋର୍ଟ ଏକମତ ହୋଇଥିଲେ ଯେ ଟ୍ରାଏଲ କୋର୍ଟ ଯାଞ୍ଚ ଏଜେନ୍ସିର ସଠିକ୍ ଶୁଣାଣି କରିନାହାଁନ୍ତି। ଦିଲ୍ଲୀର ମଦ ନୀତି ସହ ଜଡିତ ଏକ ଦୁର୍ନୀତି ମାମଲାରେ ମାର୍ଚ୍ଚ 21 ରେ AAP ର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯାଇଥିଲା।

ମେ ’ମାସରେ ଲୋକସଭା ନିର୍ବାଚନ ପାଇଁ ପ୍ରଚାର କରିବାକୁ ତାଙ୍କୁ ସୁପ୍ରିମକୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ। ସେ ଜୁନ୍ ୨ ରେ ଜେଲକୁ ଫେରିଥିଲେ।

Also Read  ଇଡି କାର୍ଯ୍ୟାଳୟରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ