ରୁଷ ଯାଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

0
669
ରୁଷ ଯାଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ରୁଷ ଯାଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ୱର: ଜୁନ ୨୫: ରୁଷିଆ ଯାଇପାରନ୍ତି ଜୁଲାଇ ପ୍ରଥମ ଭାଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ଗସ୍ତରେ ଯିବାର ସମ୍ଭାବନା ନେଇ କିଛି ଗଣମାଧ୍ୟମରେ ପ୍ରକାଶ ପାଇଛି I ଯଦି ପ୍ରଧାନମନ୍ତ୍ରୀ ଏହି ଗସ୍ତରେ ଯାଆନ୍ତି, ତେବେ 2019 ପରେ ଏହା ମୋଦିଙ୍କର ପ୍ରଥମ ଯାତ୍ରା ହେବ ଏବଂ ଫେବୃଆରୀ 2022 ରେ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଆରମ୍ଭ ହେବା ପରେ ମଧ୍ୟ ଏହା ପ୍ରଥମ ଗସ୍ତ ହେବ।

ପୁଟିନ ଶେଷ ଥର ପାଇଁ 2021 ମସିହାରେ ଭାରତ-ରୁଷିଆ ବାର୍ଷିକ ସମ୍ମିଳନୀ ପାଇଁ ଭାରତ ଗସ୍ତ କରିଥିଲେ। ଗତ ଦୁଇ ବର୍ଷ ମଧ୍ୟରେ ଏହା ଆଉ ଅନୁଷ୍ଠିତ ହୋଇନାହିଁ | ଯଦିଓ ଭାରତ ଏବଂ ରୁଷିଆ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ, ତଥାପି ନୂଆଦିଲ୍ଲୀ ଏବଂ ମସ୍କୋ ଏହି ଗସ୍ତ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ବୋଲି କୁହାଯାଉଛି I

ମସ୍କୋରେ ରୁଷ ରାଷ୍ଟ୍ରପତିଙ୍କ ସହକାରୀ ୟୁରୀ ଉଷାକୋଭ ଗଣମାଧ୍ୟମକୁ କହିଛନ୍ତି ଯେ ମୋଦୀଙ୍କ ଗସ୍ତ ପାଇଁ ସକ୍ରିୟ ପ୍ରସ୍ତୁତି ଚାଲିଛି ଏବଂ ଉଭୟ ପକ୍ଷ ଚୁକ୍ତିନାମା ଅନୁଯାୟୀ ତାରିଖ ଘୋଷଣା କରିବେ।
ମୋଦି ଏବଂ ପୁଟିନ ଗତ ସେପ୍ଟେମ୍ବର 16, 2022 ରେ ଉଜବେକିସ୍ତାନର ସମରଖଣ୍ଡରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ସମ୍ମିଳନୀରେ ସାକ୍ଷାତ କରିଥିଲେ, ଯେତେବେଳେ ସେ ତାଙ୍କୁ ୟୁକ୍ରେନ ବିବାଦର ସମାଧାନ ପାଇଁ କଥାବାର୍ତ୍ତା ଏବଂ କୂଟନୈତିକ ମାର୍ଗ ଅବଲମ୍ବନ କରିବାକୁ ଅନୁରୋଧ କରିଥିଲେ I

Also Read  PM Bids Farewell To Vice President M. Venkaiah Naidu In Rajya Sabha