ଝାରପଡ଼ା ଜେଲରେ ଆକାଶ ଙ୍କୁ ଇଡିର ଜେରା

0
657
ଆକାଶ ପାଠକ
ଆକାଶ ପାଠକ

ଭୁବନେଶ୍ୱର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ  ଆକାଶ ପାଠକଙ୍କୁ ଝାରପଡ଼ା ଜେଲରେ ଜେରା କରାଯାଇଛି। ଚାକିରି କରାଇବା ନାଁରେ ଠକେଇ ମାମଲାରେ ଆଜି ଆକାଶ ପାଠକଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୩ ଜଣିଆ ଟିମ୍ ଝାରପଡ଼ା ଜେଲରେ ପହଞ୍ଚି ଜେରା କରିଛି।

ଏନେଇ ଖୋର୍ଦ୍ଧା ଜିଲ୍ଲା ଦୌରାଜଜଙ୍କ ଠାରୁ ଅନୁମତି ମିଳିବା ପରେ ଜେରା କରାଯାଉଛି। ଟାଟା କଂପାନିରେ ଚାକିରି କରାଇବା ନାଁରେ ଠକେଇ ଅଭିଯୋଗରେ ଜେରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ପୂର୍ବରୁ ଏହି ମାମଲାରେ ଅଭୟ ପାଠକ ଓ ତାଙ୍କ ପରିବାରକୁ ଜେରା କରାଯାଇସାରିଛି। ଏହା ସହ ମୋଟ୍ ୩୦ ଜଣଙ୍କୁ ଜେରା କରି ସାରିଲାଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହି ମାମଲାରେ ଆଗକୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ୟ ଜେରା କରାଯିବ ବୋଲି ସୂଚନା ରହିଛି।

ସୂଚନାଯୋଗ୍ୟ, ଗତ ଡିସେମ୍ବରରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅଙ୍କ ହାତ ଧରିଥାନ୍ତେ ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ। କିନ୍ତୁ ତା’ ପୂର୍ବରୁ ତାଙ୍କ ଖେଳ ଖତମ୍ ହୋଇ ଯାଇଥିଲା। ତେଣୁ ଟାଟାରେ ଚାକିରି କରାଇ ଦେବା ପାଇଁ ଯୁବକଯୁବତୀଙ୍କୁ ଠକିଥିବା ଅଭିଯୋଗରେ ଆକାଶଙ୍କ ସହ ବିଜେଡିରୁ ନିଲମ୍ବିତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଲିଙ୍କ ଥିବା ଅଭିଯୋଗ ହୋଇଥିଲା। ଏହାପରେ ତାଙ୍କୁ ଗିରଫ କରାଯାଇଥିଲା। ଏହାବାଦ ସ୍କାଏ କିଙ୍ଗର ୬୫ ଲକ୍ଷ ଟଙ୍କା ବାକି ଥିବା ଅଭିଯୋଗ ନେଇ ମଧ୍ୟ ଆକାଶଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି।

Also Read  ଉତ୍କଳ ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ