ଟ୍ରେନ ଭିତରେ ଚାଲିଲା ଗୁଳି; ୩ ଆହତ

0
647
Police Inspector Injured In Firing From His Own Service Revolver
Police Inspector Injured In Firing From His Own Service Revolver

ଡ଼ିସେମ୍ବର ୬

ବିହାର ରେ ଅପରାଧୀଙ୍କର ଆଇନ କାନୁନ ପ୍ରତି ଡର-ଭୟ କିଛି ନାହିଁ I ଏ କଥା ପ୍ରମାଣିତ କରୁଛି ଆଜି ସକାଳେ ଟ୍ରେନ ଭିତରେ ଗୋଟିଏ ଘଟଣା I ରାଜଧାନୀ ପାଟନାରେ ସଶସ୍ତ୍ର ଅପରାଧୀମାନେ ଖୁସରୁପୁର ଷ୍ଟେସନରେ ଝଝା–ପାଟନା ଏମଏମୟୁ ଟ୍ରେନ ଭିତରେ କୌଣସି ଅପରାଧୀ ଙ୍କୁ ଲକ୍ଷ୍ୟକରି ଗୁଳି ଚଳାଇଥିଲେ। ଗୁଳିରେ ତିନି ଜଣ ଯାତ୍ରୀ ଆହତ ହୋଇଥିଲେ। ଆହତମାନଙ୍କୁ ଖୁସରୁପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା, ଯେଉଁଠାରୁ ସେମାନଙ୍କୁ ପାଟନା PMCH ରେଫର୍ କରାଯାଇଥିଲା।

କୁହାଯାଉଛି ଯେ ସୋମବାର ସକାଳେ ଏମଏମୟୁ ଟ୍ରେନ୍ ଷ୍ଟେସନ ରୁ ବାହାରିବା ମାତ୍ରେ ଜଣେ ବ୍ୟକ୍ତିଙ୍କୁ ଟାର୍ଗେଟ କରି ଏକ ଡଜନ ରାଉଣ୍ଡ ଗୁଳି ଚଳାଇଥିଲେ ଅପରାଧୀ ମାନେ I ଏହା ଦେଖି ଟ୍ରେନ ବଗି ମଧ୍ୟରେ ଆତଙ୍କ ଖେଳିଯାଇଥିଲା I
ଖୁସରୁପୁରରେ ଟ୍ରେନ୍ ର ଗତି କମିବା ମାତ୍ରେ ଆକ୍ରମଣକାରୀମାନେ ଖସି ପଳାଇ ଯାଇଥିଲେ।

ଘଟଣା ରୁ ପ୍ରକାଶ, ଅପରାଧୀ ମାନେ ସଲିମପୁର ପୋଲିସ ଷ୍ଟେସନ ଅନ୍ତର୍ଗତ ସମସ୍ତପୁରର ନରେଶ ସିଂଙ୍କ ପୁଅ ସୁନୀଲ ପ୍ରସାଦ (୪୫) କୁ ଗୁଳି କରିଥିଲେ I ସୁନୀଲ ଙ୍କ ଅଣ୍ଟା ରେ ଦୁଇଟି ଗୁଳି ବାଜିବାରୁ ସେ ଗୁରୁତର ହେଇ ହସ୍ପିଟାଲ ରେ ଛୀତ୍ସିତ ହେଉଛନ୍ତି I ସୁନୀଲ ଙ୍କ ପାଖରେ ବସିଥିବା ଦୁଇଜଣ ମହିଳା ଙ୍କ ଦେହରେ ମଧ୍ୟ ଗୁଳି ବାଜିବାରୁ, ସେମାନଙ୍କୁ ହସ୍ପିଟାଲ ରେ ଭର୍ତି କରାଯାଇଛି I

Also Read  BJP-JD-U to contest equal number of LS seats: Shah, Nitish