ବିରୋଧୀ-ଶାସକ ଛକାପଞ୍ଝା, ଗୃହ ଅଚଳ : ପଞ୍ଚମ ଦିନରେ ବାରମ୍ବାର ମୁଲତବୀ, ୮ମିନିଟ ଚାଲିଲା

0
682
ବିରୋଧୀ-ଶାସକ ଛକାପଞ୍ଝା, ଗୃହ ଅଚଳ
ବିରୋଧୀ-ଶାସକ ଛକାପଞ୍ଝା, ଗୃହ ଅଚଳ
  • ସର୍ବଦଳୀୟ ବୈଠକ ବି ଅସଫଳ

  • ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ସଦସ୍ୟଙ୍କ ଚିଠି

  • ବିଜେଡିର ପାଇକ ବିଦ୍ରୋହ ପ୍ରସଙ୍ଗ

ଭୁବନେଶ୍ୱର (ସବ୍ୟୁ): ବିଧାନସଭାରେ ଶାସକ-ବିରୋଧୀ ମୁହାଁମୁୂହିଁ । ବିରୋଧୀଙ୍କ ମମିତା ମୃତ୍ୟୁ ପ୍ରସଙ୍ଗ ବନାମ ଶାସକ ଦଳର ପାଇକ ବିଦ୍ରୋହ । ପ୍ରଶ୍ନକାଳ ଅ ।ରମ୍ଭରୁ ଗୃହରେ ବିଜେଡି,ବିଜେପି ଓ କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିଛନ୍ତି । ମମିତା ମେହେର ହତ୍ୟା ପ୍ରସଙ୍ଗରେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଡ଼ିଯାଇ କଂଗ୍ରେସ ସଦସ୍ୟମାନେ ସ୍ଲୋଗାନ ଦେଇଥିଲେ । ସମାନ ପ୍ରସଙ୍ଗରେ ବିଜେପି ସଭ୍ୟମାନେ ବି ଫ୍ଲା-କାର୍ଡ଼ ଧରି ଗୃହ ମଧ୍ୟଭାଗରେ ହୋହାଲ୍ଲା କରିଥିଲେ । ସେପଟେ ନିଜ ସିଟରେ ଛିଡ଼ା ହୋଇ ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି ପ୍ରତିବାଦ କରିଛନ୍ତି ବିଜେଡି ସଦସ୍ୟ । ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ମାନ୍ୟତା ମିଳୁ ବୋଲି ଦାବି କରିଥିଲା ଶାସକ ଦଳ । ଗୃହକୁ ସ୍ୱାଭାବିକ କରିବାକୁ ବାଚସ୍ପତି ବାରମ୍ବାର ଚେଷ୍ଟା କରିଥିଲେ ମଧ୍ୟ ଅସଫଳ ହେବାରୁ ଶେଷରେ ସର୍ବଦଳୀୟ ବୈଠକ ଡାକିଥିଲେ । ତେବେ ଗୃହ ୪ଥର ମୁଲତବୀ ହେବା ପେର ବି ସର୍ବଦଳୀୟ ବୈଠକରୁ କିଛି ନିଷ୍କର୍ଷ ବାହାରିନଥିଲା ।

assembly jai rajguru 1

                                    ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି ପ୍ରତିବାଦ କରିଛନ୍ତି ବିଜେଡି ସଦସ୍ୟ

ଶୀତ ଅଧିବେଶନର ପଞ୍ଚମ ଦିନରେ ପ୍ରଶ୍ନ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେପି ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଅ ।ସି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବାହିଷ୍କାର ଦାବିରେ ହଙ୍ଗାମା କରିଥିଲେ । ସେହିପରି କଂଗ୍ରେସ ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଏବଂ ପଛପଟୁ ଆସି ପ୍ଲାକାର୍ଡ ଧରି ନାରାବାଜି ଦେଇିଥିଲେ । ଗୋଟିଏ ଦାବି ମମିତାଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ପାଇଁ ଅଡ଼ିବସିଥିଲେ । ଅନ୍ୟପକ୍ଷରେ ଅ ।ଜି ଶାସକ ବିଜେଡି ସଦସ୍ୟମାନେ ସ୍ୱାଧୀନତା ସଂଗ୍ରାମୀ ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି ପ୍ରତିବାଦ କରିଥିଲେ । ଦେଶର ସ୍ୱାଧୀନତା ପାଇଁ ବିଦ୍ରୋହର ପ୍ରଥମ ସ୍ୱର ୧୮୧୭ । ତେଣୁ ପାଇକ ବିଦ୍ରୋହକୁ ପ୍ରଥମ ବିଦ୍ରୋହର ମାନ୍ୟତା ଦେବାକୁ ପ୍ଲା-କାର୍ଡ ଧରି ସ୍ଲୋଗାନ ଦେଇଥିଲେ । ଗୃହ ସ୍ୱାଭାବିକ ନହେବାରୁ ବାଚସ୍ପତି ଡଃ. ପାତ୍ର ପୂର୍ବାହ୍ନ ୧୦.୩୩ରୁ ଅପରାହ୍ନ ୪ଟା ଯାଏ ମୁଲତବୀ କରିଥିଲେ ।

ଅପରାହ୍ଣ ୪ଟାରେ ଗୃହ କାର୍ଯ୍ୟ ଚାଲିବା କ୍ଷଣି ବିରୋଧୀ ବିଜେପି ଓ କଂଗ୍ରେସ ପୁନର୍ବାର ହଟ୍ଟଗୋଳ କରିଥିଲେ । ଗୃହକୁ ସୁପରିଚାଳନା ଲାଗି ୩୦ ମିନିଟ ମୁଲତବୀ ରଖି ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ । ପରେ ଅ ।ଲୋଚନା ପାଇଁ ଅ ।ହୁରି ୩୦ ମିନିଟ ଏବଂ ୧୫ ମିନିଟ ଯାଏ ଅର୍ଥାତ ୫.୧୫ ମିନିଟ ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା । ସନ୍ଧ୍ୟା ୫.୧୫ରେ ବାଚସ୍ପତି ଅ ।ସି ସର୍ବଦଳୀୟ ବୈଠକରୁ ବାଟ ବାହାରୁଛି ବୋଲି କହିଥିଲେ । ହେଲେ କାଗଜ ଓ ରିପୋର୍ଟ ଉପସ୍ଥାପନ ବେଳେ ପୁଣି ବିରୋଧୀ ଗୃହ ମଧ୍ୟଭାଗକୁ ଅ ।ସି ପାଟିତୁଣ୍ଡ କରିଥିଲେ । ସର୍ବଦଳୀୟ ବୈଠକରୁ କିଛି ନିଷ୍କର୍ଷ ବାହାରିପାରିନଥିଲା ।bjp letter

Also Read  OFD celebrates International Day of Forests at Jaydev Bhawan in Odisha capital

ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠି ଦେଇଛନ୍ତି

ସେପଟେ ମୁଖ୍ୟମନ୍ତ୍ରୀଙ୍କୁ ସମୂହ ଚିଠି ଲେଖିଥିଲେ ବିଜେପି ବିଧାୟକ । ଗୃହ ଲଗାତର ଅଚଳ ହେଉଥିବାରୁ ଗୃହକୁ ଅ ।ସି ସ୍ୱାଭାବିକ କରିବାକୁ ଚିଠରେ ଉଲ୍ଲେଖ ରହିଛି । ବିଜେପି ବିଧାୟକମାନେ ଫ୍ଲାକାର୍ଡ଼, ବ୍ୟାନର ଓ ଚିଠି ଧରି ବିଧାନସଭାରୁ ମୁଖ୍ୟ ଡାକ ଘର(ପିଏମ୍‌ଜି) ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠି ଦେଇଛନ୍ତି । ଗୃହ ବାହାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି, ବ ର୍ମାନ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ ଚୁପଚାପ ଅଛନ୍ତି । ଗୃହ କାର୍ଯ୍ୟ ଚଳାଇବାକୁ ବିଜେପି ବିଧାୟକ ଦଳ ପକ୍ଷରୁ ଚିଠି ଦିଅ ।ଯାଇଛି । ଅ ।ଶା କରୁଛୁ ମୁଖ୍ୟମନ୍ତ୍ରୀ ଚିଠିର ଉ ର ଦେବେ । ବିରୋଧୀଙ୍କ ଚାପରେ ମୁଖ୍ୟମନ୍ତ୍ରୀ ବିବୃତି ଦେବା ଅ ।ରମ୍ଭ କରିଛନ୍ତି । ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ମୁଖ୍ୟମନ୍ତ୍ରୀ ଦୋମୁହାଁ ନୀତି ଅ ।ମ୍ବଲମ୍ବନ କରିଛନ୍ତି । ଅଞ୍ଜନା ଗଣ ଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀ ନୀତି ଓ ନୈତିକତା କଥା କହିଥିଲେ । ସେତେବେଳ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କୁ ଦାୟୀ କରିଥିଲେ । କିନ୍ତୁ ଏବେ ମମିତାଙ୍କ ମାମଲାରେ ମୁଖ୍ୟମନ୍ତ୍ରୀ କାହିଁକି ପଛଘୁ । ଦେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ମାଝି ।

ସେହିପରି ଗୃହ ଅଚଳ ନେଇ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଗୃହକୁ ଅ ।ସି ହସ୍ତକ୍ଷେପ କରନ୍ତୁ । ଗୃହ ଚାଲିବ ପାଇଁ ଅ ।ଜି ସୁଦ୍ଧା ବାଚସ୍ପତି ସର୍ବଦଳୀୟ ବୈଠକ ଡକାଇନାହାନ୍ତି । ବାଚସ୍ପତି ଶାସକ ଦଳର ହାତ ବାରିସୀ ସାଜିଛନ୍ତି । ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରାଯାଉ । କଂଗ୍ରେସ ସବୁବେଳେ ଗଠନମୂଳକ ଚିନ୍ତା ଧାରାରେ ବିଶ୍ୱାସ କରେ । ଗୃହ ଚଳାଇବା ପାଇଁ ସବୁବେଳେ ଉଦ୍ୟମ କରାଯାଉଛି । ତେବେ ଅ ।ଜି ବଜେଡି ପକ୍ଷରୁ ଗୃହକୁ ଯେଉଁଭଳି ଭାବେ ମୁଖା ପିନ୍ଧି ଅଭିନବ ଢଙ୍ଗରେ ବନ୍ଦ କରାଗଲା । ଏହା ଏକ ନିନ୍ଦନୀୟ ଘଟଣା ବୋଲି ସେ କହିଛନ୍ତି ।