ଟ୍ୱିନ୍ ସିଟିରେ ନାଇଟ୍ କର୍ଫ୍ୟୁ ନିୟମ ଖିଲାପ କଲେ ୭ ଦିନ ଦୋକାନ ବନ୍ଦ

0
592
ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ
ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ

ଭୁବନେଶ୍ୱର: କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠାରୁ ରାଜ୍ୟର ସହରାଞ୍ଚଳଗୁଡ଼ିକରେ ନାଇଟ କର୍ଫ୍ୟୁ କଡାକଡି ହେବ। କଟକ-ଭୁବନେଶ୍ୱରରେ ଏହାକୁ କଡାକଡି ପାଳନ କରାଯିବ ବୋଲି କହିଛନ୍ତି ପୁଲିସ କମିସନର। ରାତି ୯ଟାରୁ ସକାଳ ୫ଟା ଯାଏଁ ପୁଲିସ ପଇଁତରା ମାରିବ। ନିୟମ ଭାଙ୍ଗିଲେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛନ୍ତି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ।

ସେ କହିଛନ୍ତି, ନାଇଟ କର୍ଫ୍ୟୁ ସମୟରେ ସମସ୍ତ ହୋଟେଲ, ରେଷ୍ଟୁରାଣ୍ଟ ଓ ଦୋକାନ ବଜାର ବନ୍ଦ ରହିବ। କୌଣସି ଦୋକାନ, ମଲ୍ କିମ୍ବା ରେଷ୍ଟୁରାଣ୍ଟ ନିୟମ ଖିଲାପ କଲେ ଅତି କମରେ ୭ ଦିନ ପାଇଁ ବନ୍ଦ କରାଯିବ। ‘ଟ୍ବିନସିଟିରେ ନିୟୋଜିତ ହେବେ ୨୫ ପ୍ଲାଟୁନ ପୋଲିସ ଫୋର୍ସ ଓ ୧୦୦ ଅଫିସର । ଦୋକାନ, ମଲ, ହୋଟେଲ ମାଲିକଙ୍କ ଦାୟିତ୍ବ କୋଭିଡ ନିୟମ ପାଳନ କରିବା ।

Also Read  ରାଜ୍ୟରେ କରୋନାଜନିତ ଗୁରୁତର ରୋଗୀଙ୍କ ସଂଖ୍ୟା କମ୍ ରହିଛି