ଜାନୁଆରି ସୁଦ୍ଧା ଭାରତରେ ଦୈନିକ ସଂକ୍ରମଣ ୪-୮ ଲକ୍ଷ ଶୀର୍ଷରେ ପହଞ୍ଚିବ

0
650
୩ ମାସରେ ଖସିବ କରୋନା ଗ୍ରାଫ୍‌
୩ ମାସରେ ଖସିବ କରୋନା ଗ୍ରାଫ୍‌

ନୂଆଦିଲ୍ଲୀ: ଜାନୁଆରି ମଧ୍ୟ ଭାଗ ବା ଆଉ ପ୍ରାୟ ୧୦ ଦିନ ଭିତରେ ନୂଆଦିଲ୍ଲୀ ଏବଂ ମୁମ୍ବାଇରେ ‘ଓମିକ୍ରନ୍‌’ଜନିତ କ‌ୋଭିଡ୍-୧୯ ସଂକ୍ରମଣ ମାମଲା ଶୀର୍ଷରେ ପହଞ୍ଚିବ ବୋଲି ‘ଆଇଆଇଟି କାନପୁର’ର ପ୍ରଧ୍ୟାପକ ମନୀନ୍ଦ୍ର ଅଗ୍ରୱାଲ୍‌ କହିଛନ୍ତି। ସେ କହିଛନ୍ତି ଯେ, ଦେଶର ଉତ୍ତରପୂର୍ବ ପ୍ରାନ୍ତରେ ହୋଇଥିବା ଦ୍ବିତୀୟ ଲହର୍‌ ଭଳି ତୃତୀୟ ଲହର୍‌ ମାର୍ଚ ମାସ ଟପିଯିବ ବୋଲି ତାଙ୍କର ମନେ‌ହୁଏ ନାହିଁ।

ଉଭୟ ଦିଲ୍ଲୀ ଓ ମୁମ୍ବାଇ ନଗରୀରେ ସର୍ବାଧିକ ଆକ୍ରାନ୍ତଙ୍କ ସଂଖ୍ୟା ୩୦,୦୦୦ ରୁ ୫୦,୦୦୦ ହୋଇପାରେ। ସେହିପରି ଚଳିତ ମାସ ଶେଷ ବେ‌ଳକୁ ଭାରତରେ କୋଭିଡ୍‌-୧୯ ମାମଲା ଶୀର୍ଷ ସ୍ପର୍ଶ କରିବ। ଶୀର୍ଷସ୍ତରରେ ଦେଶରେ ସଂକ୍ରମଣ ୪ ରୁ ୮ ଲକ୍ଷ ହେବାର ସମ୍ଭାବନା ରହିଛି। କଠୋର ଲକ୍‌ଡାଉନ୍‌ କଟକଣାଦ୍ବାରା ଲହର୍‌ ବିଳମ୍ବ ହେବା ସହ ମହାମାରୀ ଦୀର୍ଘ ଦିନ ପର୍ଯ୍ୟନ୍ତ ରହିବ। କିନ୍ତୁ, ସ୍ବାସ୍ଥ୍ୟ ସେବାକୁ ପ୍ରଭାବିତ କରିବ ନାହିଁ।

ଭାରତରେ ଓମିକ୍ରନ୍‌ ସଂକ୍ରମଣ ସଂଖ୍ୟା ଜାନୁଆରି ଶେଷ କିଂବା ଫେବ୍ରୁଆରି ପ୍ରାରମ୍ଭରେ ଶୀର୍ଷ ସ୍ପର୍ଶ କରିବ ବୋଲି ପୂର୍ବରୁ ‘ଦି ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ହେଲ୍‌ଥ୍ ଆଣ୍ଡ୍‌ ଇଭାଲୁଏସନ୍‌’ର ନିର୍ଦେଶକ ଡକ୍ଟର୍‌ କ୍ରିଷ୍ଟୋଫର୍‌ ମୁରେ କହିଥିଲେ।

Also Read  Odisha records 358 Covid +Ve cases & 535 recoveries in a Day