ଏଣିକି ଖାଦ୍ୟ ବିଲରେ ମନଇଚ୍ଛା ସେବା ଶୁଳ୍କ ଆଦାୟ କରିପାରିବେନି ହୋଟେଲ ଓ ରେସ୍ତୋରାଁ

0
175
hotel-or-restaurant-cant-charge-service-fees-on-food-bills

ନୂଆଦିଲ୍ଲୀ: ଖାଦ୍ୟ ବିଲ ଉପରେ ଏଣିକି ମନଇଚ୍ଛା ସେବା ଶୁଳ୍କ ନେଇ ପାରିବେନି ହୋଟେଲ ଓ ରେସ୍ତୋରାଁ । ଏନେଇ ମାର୍ଗଦର୍ଶିକା ଜାରି କରିଛି ସିସିପିଏ ।କେହି ଯଦି ଏହି ନିୟମକୁ ଉଲ୍ଲଂଘନ କରେ ସେମାନଙ୍କ ଉପରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ଏହି ନିୟମକୁ ହୋଟେଲ କର୍ତ୍ତୃପକ୍ଷ ଉଲ୍ଲଂଘନ କଲେ ଗ୍ରାହକଙ୍କୁ ଅଭିଯୋଗ ଦାଖଲ କରିବାକୁ କୁହାଯାଇଛି। ଉପଭୋକ୍ତାଙ୍କ ଅଧିକାର ଉଲ୍ଲଂଘନ ନେଇ ବାରମ୍ବାର ଅଭିଯୋଗ ହେବା ପରେ କେନ୍ଦ୍ର ସରକାର ଏକହାକୁ ଗୁରୁତର ସହ ଗ୍ରହଣ କରିଛନ୍ତି । ଏ ସଂପର୍କରେ ଆଜି ଖାଉଟି ବ୍ୟାପାର ମନ୍ତ୍ରଣାଳୟ ଏକ ଗାଇଡଲାଇନ ଜାରି କରିଛନ୍ତି ।

କୌଣସି ଅନ୍ୟ ଶୁଳ୍କ ନାଁରେ ମଧ୍ୟ ସେବା ଶୁଳ୍କ ଆଦାୟ କରାଯାଇ ପାରିବ ନାହିଁ ବୋଲି ମାର୍ଗଦର୍ଶିକାରେ ସ୍ପଷ୍ଟ କରାଯାଇଛି । କୌଣସି ହୋଟେଲ କିମ୍ବା ରେସ୍ତୋରାଁ ଉପଭୋକ୍ତାଙ୍କୁ ସେବା ଶୁଳ୍କ ପଇଠ କରିବା ଲାଗି ବାଧ୍ୟ କରିବେ ନାହିଁ । ସେବା ଶୁଳ୍କ ଇଚ୍ଛାଧୀନ, ବିକଳ୍ପ ଏବଂ ଉପଭୋକ୍ତାଙ୍କ ଅଧିକାରଭୁକ୍ତ ବୋଲି ଉପଭୋକ୍ତାଙ୍କୁ ସ୍ପଷ୍ଟ ଭାବେ କୁହାଯିବ । ସେବା ଶୁଳ୍କ ସଂଗ୍ରହ ଆଧାରରେ ସେବାର ପ୍ରଦାନ ଏବଂ ବ୍ୟବସ୍ଥା କରିବା ଉପରେ କୌଣସି ପ୍ରତିବନ୍ଧ ଲାଗୁ କରାଯିବ ନାହିଁ । ସେବା ଶୁଳ୍କକୁ ଖାଦ୍ୟ ବିଲ ସହ ମିଶାଇ ଏବଂ ମୋଟ ଅର୍ଥରାଶି ଉପରେ ଜିଏସଟି ଲାଗୁ କରି ଏକତ୍ରିତ କରାଯିବ ନାହିଁ । ନିୟମର ଉଲ୍ଲଘଂନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ମାର୍ଗଦଶିକା ଜାରି କରିଛନ୍ତି କେନ୍ଦ୍ର ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ । ସେବାଦେୟକୁ ନେଇ ଅନେକ ଦିନ ଧରି ଲାଗି ରହିଥିବା ବିବାଦର ଅବସାନ ଘଟିଛି । ଏହାକୁ ବେଆଇନ୍ ଦର୍ଶାଇଛି ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟ ।

କୌଣସି ହୋଟେଲ କିମ୍ବା ରେସ୍ତୋରାଁ ମାର୍ଗଦର୍ଶିକା ଉଲ୍ଲଙ୍ଘନ କରୁଥିବା ଉପଭୋକ୍ତା ଦେଖିଲେ, ସମ୍ପୃକ୍ତ ହୋଟେଲ କିମ୍ବା ରେସ୍ତୋରାଁକୁ ବିଲ ପରିମାଣରୁ ସେବା ଶୁଳ୍କ ବାଦ୍ ଦେବାକୁ ଅନୁରୋଧ କରିପାରିବେ । ଏଥିସହିତ ଉପଭୋକ୍ତା ଜାତୀୟ ହେଲ୍ପଲାଇନ (ଏନସିଏଚ)ରେ ୧୯୧୫କୁ କଲ କରିପାରିବେ କିମ୍ବା ଏନସିଏଚ୍ ମୋବାଇଲ ଆପ୍ ମାଧ୍ୟମରେ ଅଭିଯୋଗ ଦାଖଲ କରିପାରିବେ । ମାମଲା ପୂର୍ବରୁ ବିକଳ୍ପ ବିବାଦ ସମାଧାନ ବ୍ୟବସ୍ଥା ଭାବେ ଏହା କାମ କରିଥାଏ ।

Also Read  ଓକାକ୍‌ ସିଇଓଙ୍କ ହ୍ୱାଟସ୍ଆପ୍ ହ୍ୟାକ୍‌ : ବନ୍ଧୁବାନ୍ଧବଙ୍କଠାରୁ ୭ ଲକ୍ଷ ଲୁଟ୍‌

LEAVE A REPLY

Please enter your comment!
Please enter your name here