ରୁଚିକା ଆତ୍ମହତ୍ୟା ଘଟଣା: ପୁଲିସକୁ ମିଳିଲା ୩ ସିନିଅରଙ୍କ ସୁରାକ୍‌ !

0
139
ruchika-suicide-case-3-senior-student-identify

ଭୁବନେଶ୍ୱର: ବିଜେବି କଲେଜ ଛାତ୍ରୀ ରୁଚିକା ଆତ୍ମହତ୍ୟା ଘଟଣା ଉପରୁ ହଟୁଛି ପରଦା । ମୋଟ ୧୩୫ ଜଣଙ୍କୁ ପୋଲିସ ପଚରାଉଚରା କରିଛି । ୨ ଦିନିଆ ଜେରାରୁ ୩ ସିନିଅରଙ୍କ ସମ୍ପର୍କରେ ପୁଲିସକୁ ଅନେକ ସୁରାକ୍‌ ମିଳିଛି । ସେମାନେ ଯୁକ୍ତ ୩ ଶେଷ ବର୍ଷ ଛାତ୍ରୀ ବୋଲି ପୁଲିସ ଚିହ୍ନଟ କରି ସାରିଛି । କିନ୍ତୁ ରାଗିଂରେ ସମ୍ପୃକ୍ତି ସମ୍ପର୍କରେ ସେମାନଙ୍କ ଭୂମିକାକୁ ନେଇ ପୁଲିସ ବର୍ତ୍ତମାନ କୌଣସି ସ୍ପଷ୍ଟ ସୂଚନା ଦେବାକୁ ପଛଘୁଞ୍ଚା ଦେଉଛି ।

ଏହାସହ ରୁଚିକା ରହୁଥିବା ହଷ୍ଟେଲ ସିସିଟିଭିକୁ ମଧ୍ୟ ଯାଞ୍ଚ କରିଛି ପୋଲିସ । ରୁଚିକାଙ୍କ ମୋବାଇଲ ସିଡ଼ିଆର ପୋଲିସ ମାଗିବା ସହ ତାଙ୍କ ମୋବାଇଲର କରାଯିବ ଫରନେସିକ ଯାଞ୍ଚ । ଅତିରିକ୍ତ ଡିସିପି ରାଙ୍କ୍ ର ଅଧିକାରୀଙ୍କ ନେତୃତ୍ୱର ୩ ଜଣିଆ ଟିମ ପଚରାଉଚରା କରୁଛି । କାରୁବାକି ହଷ୍ଟେଲରେ ସିନିୟର ଓ ଜୁନିୟରଙ୍କୁ ନେଇ ଥିବା ୭୦ ଜଣିଆ ହ୍ୱାଟସ୍‌ଆପ୍ ଗ୍ରୁପ ସମ୍ପର୍କରେ ପୋଲିସ ପ୍ରମାଣ ପାଇଛି । ଗ୍ରୁପର କିଛି ସ୍କ୍ରିନସଟ୍ ବି ହସ୍ତଗତ ହୋଇଛି । ଏଥିରେ ସିନିୟରଙ୍କୁ ଗୁଡ୍ ମର୍ଣ୍ଣିଂ, ଗୁଡ୍ ନାଇଟ୍ ମେସେଜ ଦେବାକୁ ବାଧ୍ୟ କରାଯାଉଥିବା ନେଇ ଜଣାପଡିଛି ।

ସେପଟେ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ବିଜେବି କଲେଜ ସାମ୍ନାରେ ଅହୋରାତ୍ର ଧାରଣା ଚାଲିଛି। ଧାରଣାରେ ବସିଛନ୍ତି ରାଜ୍ୟର ବିଭିନ୍ନ ଛାତ୍ର ସଂଗଠନ। ପୋଷ୍ଟର ଓ ବ୍ୟାନର ସହ ସରକାର ବିରୋଧୀ ନାରାରେ ରବିବାର ରାତିରୁ ଏମିତି କମ୍ପୁଛି କ୍ୟାମ୍ପସ। ନବ ନିର୍ମାଣ ଛାତ୍ର ସଂଗଠନର ଆମରଣ ଅନଶନରେ ସାମିଲ ହୋଇଛନ୍ତି ଛାତ୍ର କଂଗ୍ରେସ, ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦ, ରୁଚିକାଙ୍କ ବାପା, ମାଆ ଓ ଭାଇ।

Also Read  ଗଞ୍ଜାମ ଏସପି ଅଫିସ ସମ୍ମୁଖରେ ଆତ୍ମାହୂତି ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ

LEAVE A REPLY

Please enter your comment!
Please enter your name here