ଡିସେମ୍ବର 15 ରୁ ଆନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ ହେବ ନାହିଁ: ଓମିକ୍ରନ୍ ଭାରିଆଣ୍ଟ କାରଣରୁ ନିଆଗଲା ଏପରି ନିଷ୍ପତ୍ତି

0
320
ବେସାମରିକ ବିମାନ ଉଡ଼ାଣ ପାଇଁ ୟୁକ୍ରେନ ଏହାର ଆକାଶ ସୀମା ବନ୍ଦ କଲା
ବେସାମରିକ ବିମାନ ଉଡ଼ାଣ ପାଇଁ ୟୁକ୍ରେନ ଏହାର ଆକାଶ ସୀମା ବନ୍ଦ କଲା

ଡ଼ିସେମ୍ବର ୧
କୋଭିଡ -19 ଜୀବାଣୁର ନୂତନ ଭାରିଆଣ୍ଟ ଓମିକ୍ରନର ବିପଦକୁ ଦୃଷ୍ଟିରେ ରଖି 15 ଡିସେମ୍ବରରୁ ଆନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ କରିବାର ନିଷ୍ପତ୍ତି ସ୍ଥଗିତ ରଖାଯାଇଛି। ବିମାନ ଚଳାଚଳ ନିୟାମକ ଡିଜିସିଏ ବୁଧବାର ଦିନ କହିଛି ଯେ ଡିସେମ୍ବର 15 ରୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ପାଇଁ ହେଇଥିବା ନିଷ୍ପତ୍ତି ଉପରେ ରୋକ ଲଗାଯାଇଛି । ଖୁବ୍ ଶୀଘ୍ର ନୂଆ ତାରିଖ ଘୋଷଣା କରାଯିବ | ଓମିକ୍ରନ୍ କାରଣରୁ ଏହି ନିଷ୍ପତ୍ତି ନିଆଯାଇଛି |
ଏହାପୂର୍ବରୁ, ନଭେମ୍ବର 27 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓମିକ୍ରନ୍ ସମ୍ବନ୍ଧରେ ଏକ ସମୀକ୍ଷା ବୈଠକ କରିଥିଲେ। ଏଥିରେ ଡିସେମ୍ବର 15 ରୁ ଆନ୍ତର୍ଜାତୀୟ ଯାତ୍ରା ଆରମ୍ଭ କରିବାର ନିଷ୍ପତ୍ତି ଉପରେ ବିଚାର କରିବାକୁ କୁହାଯାଇଥିଲା | ବିଦେଶରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର ରଖିବା ବିଷୟରେ ପ୍ରଧାନମନ୍ତ୍ରୀ ମଧ୍ୟ ଆଲୋଚନା କରିଥିଲେ।
ପ୍ରାୟ 619 ଦିନ ଧରି ସରକାର ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଗତ ବର୍ଷ, କରୋନା ଲକ୍ଡାଉନ୍ ର 3 ଦିନ ପୂର୍ବରୁ ମାର୍ଚ୍ଚ 22 ରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା |

ପୁଣି ବିମାନ ଚଳାଚଳ ସ୍ୱାଭାବିକ କରିବା ପାଇଁ ନଭେମ୍ବର 26 ରେ ଘୋଷଣା କରାଯାଇଥିଲା I ଏହି ସମୟରେ କୁହାଯାଇଥିଲା ଯେ ଡିସେମ୍ବର 15 ରୁ 14 ଟି ଦେଶ ଛାଡି ଅନ୍ୟ ସ୍ଥାନ ମାନଙ୍କୁ ଆନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ ହେବ | ତେବେ ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ନେଦରଲ୍ୟାଣ୍ଡ, ଫିନଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ଚୀନ୍, ମରିସସ୍, ସିଙ୍ଗାପୁର, ବାଂଲାଦେଶ, ବୋତସ୍ୱାନା, ଜିମ୍ବାୱେ ଏବଂ ନ୍ୟୁଜିଲ୍ୟାଣ୍ଡ ଏହି ତାଲିକାରୁ ବାଦ ପଡିଥିଲା I

Also Read  ମହିଳାଙ୍କୁ ବୀଭତ୍ସ ହତ୍ୟା : ଦୁଷ୍କର୍ମ ଉଦ୍ୟମ ପରେ ହତ୍ୟା ସନ୍ଦେହ

LEAVE A REPLY

Please enter your comment!
Please enter your name here