ଖ୍ୟାତନାମା ଗାୟକ ଦଲେର ମେହେନ୍ଦୀ ଗିରଫ; ମାନବ ଚାଲାଣ ମାମଲାରେ ୨ ବର୍ଷର ଜେଲ୍ ସଜା କାଏମ ରଖିଲେ କୋର୍ଟ

0
515
famous Punjabi singer Daler Mehndi jailed in human trafficking case

ଚଣ୍ଡିଗଡ଼: ଖ୍ୟାତନାମା ପଞ୍ଜବୀ ତଥା ବଲିଉଡ୍ ଗାୟକ ଦଲେର ମେହନ୍ଦୀ ଗିରଫ। ମାନବ ତସ୍କରୀ ମାମଲାରେ ଶୁଣାଣି କରି ଆଜି ପଟିଆଲା କୋର୍ଟ ତାଙ୍କର ଦୁଇ ବର୍ଷର ଜେଲ୍‌ ଦଣ୍ଡ କାଏମ୍ ରଖିବା ପରେ ମହେନ୍ଦୀଙ୍କୁ ଗିରଫ କରାଯାଇଛି। ୧୫ ବର୍ଷ ପୁରୁଣା ମାନବ ଚାଲାଣ ମାମଲାରେ ଏହି ଗାୟକଙ୍କୁ ଗିରଫ କରାଯାଇଛି । ଗୁରୁବାର ପଞ୍ଜାବର ପଟିଆଲା କୋର୍ଟ ଡଲେର ମେହେନ୍ଦୀଙ୍କ ବିରୋଧରେ ଏହି ଦଣ୍ଡାଦେଶ କାଏମ ରଖିଛନ୍ତି।

ଦଲେରଙ୍କ ବିରୋଧରେ ହୋଇଥିବା ଏହି ମାମଲା ୨୦୦୩ ମସିହାର। ହେଲେ ୧୫ ବର୍ଷ ପରେ ଅର୍ଥାତ ୨୦୧୮ରେ ମାମଲାର ଶୁଣାଣି କରି ଜୁଡିସିଆଲ୍ ମାଜିଷ୍ଟ୍ରେଟ୍‌ ଫାଷ୍ଟ କ୍ଲାସ୍ କୋର୍ଟ ଦୁଇ ଭାଇଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହି ମାମଲାର ଉଭୟଙ୍କୁ ୨ ବର୍ଷ ପାଇଁ ଜେଲ୍ ଦଣ୍ଡ ହୋଇଥିଲା। ପରେ ଦଲେର ଓ ତାଙ୍କ ଭାଇ ପଟିଆଲା କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଆଉ ଗୁରୁବାର ମାମଲାର ଶୁଣାଣି କରି ଉକ୍ତ ଦଣ୍ଡକୁ କାଏମ ରଖିଛନ୍ତି ପଟିୟାଲା କୋର୍ଟ।

୨୦୦୩ରେ ଡଲେର ମେହେନ୍ଦୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ତାଙ୍କ ବିରୋଧରେ ବେଆଇନ ଭାବେ ଲୋକଙ୍କୁ ବିଦେଶ ପଠାଉଥିବା ନେଇ ଅଭିଯୋଗ ହୋଇଥିଲା। ଏହା କରିବା ପାଇଁ ଡଲେର ମେହେନ୍ଦୀ ଲୋକଙ୍କଠାରୁ ପ୍ରଚୁର ପରିମାଣର ଅର୍ଥ ସଂଗ୍ରହ କରୁଥିଲେ ବୋଲି କୁହାଯାଇଥିଲା । ୧୯୯୮ ରୁ ୧୯୯୯ ମଧ୍ୟରେ ଡଲେର ମେହେନ୍ଦୀ ଅତି କମରେ ୧୦ ଜଣ ଲୋକଙ୍କୁ ଆମେରିକାର ସାନ୍ ଫ୍ରାନ୍ସିସ୍କୋ ଏବଂ ନ୍ୟୁ ଜର୍ସିରେ ବେଆଇନ ଭାବେ ଛାଡ଼ିଥିଲେ। ଏହା ପରେ ମେହେନ୍ଦୀ ଏବଂ ତାଙ୍କ ଭାଇ ଶମସେର ସିଂହଙ୍କ ବିରୋଧରେ ମାମଲା ଦାୟର କରାଯାଇଥିଲା। ମାମଲା ରୁଜୁ ହେବା ପରେ ଦୁଇ ଭାଇଙ୍କ ବିରୋଧରେ ପ୍ରାୟ ୩୫ଟି ଅଭିଯୋଗ ଆସିଥିଲା।

Also Read  Police begin probe as train mows down 58 Dussehra revellers in Punjab