ଡ. ରଣଦୀପ ଗୁଲେରିଆ ମାର୍ଚ୍ଚ ୨୩ ରେ ଅବସର ନେବେ ! କିଏ ହେବ AIIMS ର ପରବର୍ତ୍ତୀ ନିର୍ଦ୍ଦେଶକ ? ପଢନ୍ତୁ ..

0
871
Balanga Burn Victim's Death Sets Political Row in Odisha
Balanga Burn Victim's Death Sets Political Row in Odisha

ଫେବୃଆରୀ ୧୮
କିଏ ହେବ ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସର ନିର୍ଦ୍ଦେଶକ ? ଏଥିନେଇ ଆରମ୍ଭ ହେଇଛି ଚର୍ଚ୍ଚା I ବର୍ତ୍ତମାନର ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ ମାର୍ଚ୍ଚ ୨୩ ରେ ଏହି ପଦରୁ ଅବସର ନେବେ।

ବିଶେଷ ସୂତ୍ର ରୁ ପ୍ରକାଶ, ଏହି ପଦବୀ ପାଇଁ ଦୌଡ ରେ ଅଛନ୍ତି ପ୍ରାୟ ୩୨ ଜଣ ପ୍ରାର୍ଥୀ I ସେଥିମଧ୍ୟରୁ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ମହାନିର୍ଦ୍ଦେଶକ ଡ ବଳରାମ ଭାର୍ଗଭା ଙ୍କ ନାମ ଏହି ତାଲିକାରେ ଶୀର୍ଷରେ ରହିଛି।

ଡକ୍ଟର ଭର୍ଗାଭା ଙ୍କ ମା ଡ. ସ୍ନେହା ଭର୍ଗାଭା ମଧ୍ୟ ୧୯୮୪-୧୯୯୦ ପର୍ଯ୍ୟନ୍ତ ନୂଆଦିଲ୍ଲୀ ର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। ସେ ଏପର୍ଯ୍ୟନ୍ତ AIIMS ର ପ୍ରଥମ ଏବଂ ଏକମାତ୍ର ମହିଳା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି |

ତଲିଖ ରେ ଥିବା ୩୨ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ସମୁଦାୟ ୧୨ ଜଣ ଡାକ୍ତର AIIMS ର |

ସର୍ଚ୍ଚ-କମ-ଚୟନ କମିଟିର ଚାରିଜଣ ସଦସ୍ୟ ୩୨ ପ୍ରାର୍ଥୀ-ତାଲିକା ରୁ ଅଳ୍ପ କେତେଜଣଙ୍କ ପ୍ରାର୍ଥୀ ଙ୍କ ନା ଚୟନ କରି କ୍ୟାବିନେଟର ନିଯୁକ୍ତି କମିଟି (ଏସିସି) କୁ ପଠାଇବେ |

 

Also Read  ଜେଲର ହେବ ନବୀକରଣ; ନୂଆ ଡାକ୍ତରଙ୍କ ନିଯୁକ୍ତି ଏବଂ ମିଳିବ ନିରାମୟ ଔଷଧ