ଭିଜିଲାନ୍ସ ଜାଲରେ ଏନଏସିର ସହକାରୀ ଯନ୍ତ୍ରୀ

0
552

କୋରାପୁଟ: କୋରାପୁଟ ଜିଲ୍ଲା ସୁନାବେଡା ଏନଏସିର ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି । ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ । ଭୁବନେଶ୍ୱର ପୋଖରୀପୁଟର କୋନିକା ଆପାର୍ଟମେଣ୍ଟରେ ଥିବା ଘର, ପାରଳାଖେମୁଣ୍ଡି ବି. ସୀତାପୁରର ପୈତୃକ ଘର, ବ୍ରହ୍ମପୁରରେ ଥିବା ସମ୍ପର୍କୀୟଙ୍କ ଘର ଓ ଶକ୍ତିନଗରରେ ଥିବା ୨ମହଲା କୋଠାରେ ଚାଲିଛି ରେଡ୍ । ଏହାସହ ସୁନାବେଡାରେ ଥିବା ଏନଏସି ଅଫିସ ଓ ସରକାରୀ କ୍ବାର୍ଟରରେ ଭିଜିଲାନ୍ସ ଛାପା ।

ଭିଜିଲାନ୍ସ ବିଭାଗର ୫ଜଣ ଡିଏସପି, ୮ଜଣ ଇନ୍ପପେକ୍ଟର ଓ ଅନ୍ୟ ଭିଜିଲାନ୍ସ କର୍ମଚାରୀ ଏହି ଚଢ଼ାଉରେ ସାମିଲ ଅଛନ୍ତି। ଚଢ଼ାଉ ସମୟରେ ବହୁ ଗୁରୁତ୍ୱ ପୂର୍ଣ୍ଣ କାଗଜ ପତ୍ର, ବ୍ୟାଙ୍କ ପାସ୍ ବୁକ, ନଗଦ ଟଙ୍କା, ସୁନା ଅଳଙ୍କାର ଓ ବୀମା ନଥିପତ୍ର ଜବତ କରାଯାଇଛି। ମନୋଜଙ୍କର ଏକାଧିକ ସ୍ଥାନରେ ଘର ଥିବା ଜଣାପଡ଼ିଛି। ମନୋଜ ସୁନାବେଡା ପୌରପରିଷଦର ସହକାରୀ ଯନ୍ତ୍ରୀ ଭାବେ ୬ବର୍ଷ ହେବ କାର୍ଯ୍ୟ କରି ଆସୁଛନ୍ତି। ମନୋଜଙ୍କୁ ଭିଜିଲାନ୍ସ ଭୁବନେଶ୍ୱର କାର୍ଯ୍ୟାଳୟକୁ ଆଣିଥିବା ଜଣାପଡ଼ିଛି।

Also Read  Odisha's originally born Agni-II ballistic missile test-fired from Dhamra port today