ରାଜ୍ୟରେ କରୋନା ସଂକ୍ରମଣ ପିକ୍ ଅତିକ୍ରମ କରି ସାରିଛି

0
628
ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର
ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ପିକ୍ ଅତିକ୍ରମ କରିଛି । ବର୍ତ୍ତମାନ ସଂକ୍ରମଣ ଟ୍ରେଣ୍ଡ ଲଗାତର ଭାବେ ତଳମୁହାଁ ରହିଛି । ଯାହାକି ଆଶ୍ୱସ୍ତିକର କଥା ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ।

ସେ ଆହୁରି କହିଛନ୍ତି, ଏହି ଟ୍ରେଣ୍ଡ ଜାରି ରହିଲେ ସଂକ୍ରମଣ ଆଗକୁ କମିବ । ବର୍ତ୍ତମାନ ସଂକ୍ରମଣ କମିବା ସହ ପଜିଟିଭ ହାର, ଗୁରୁତର ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ମଧ୍ୟ କମୁଛି । କିନ୍ତୁ ଭାଇରସ ବର୍ତ୍ତମାନ ଉଭୟ ଗାଁ ଓ ସହରରେ ରହିଛି । ତେଣୁ ସଂକ୍ରମଣ କମିଲେ ବି ସତର୍କ ରହିବା ନିହାତି ଆବଶ୍ୟକ । ସେହିପରି ଭାବରେ ରାଜ୍ୟବାସୀ କୋଭିଡ କଟକଣା ମାନିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

ଗତ ୧୨ ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ସଂକ୍ରମଣ କମିବା ଆରମ୍ଭ କରିଛି। ଯଦି ଏହି ଧାରା ଆଉ କିଛି ଦିନ ଯାଏଁ ଜାରି ରହେ ଆମେ କହିପାରିବା ରାଜ୍ୟ ପିକ ଅତିକ୍ରମ କରି ସାରିଛି । ଯଦି ଏହି ଭିତରେ ସଂକ୍ରମଣ ପୁଣି ବଢେ ତାହାଲେ ଆକଳନ ଭୁଲ ହୋଇ ପାରେ। ସଂକ୍ରମଣ ସବୁ ଜିଲ୍ଲାରେ ରହିଛି। ଲୋକମାନଙ୍କ ବ୍ୟବହାରରେ ଯେମିତି ସଂକ୍ରମଣ ନ ବଢ଼ୁ ସେ ନେଇ ଯତ୍ନବାନ ହେବାର ରହିଛି। କେବଳ ସହରରେ ନୁହେଁ, ଗାଁମାନଙ୍କରେ ମଧ୍ୟ ସଂକ୍ରମଣର ଉପସ୍ଥିତି ରହିଛି ।

ରାଜ୍ୟରେ କିଛି ଦିନ ହେବ ମୃତ୍ୟୁ ସଂଖ୍ୟା ୬ ରୁ ୭ ଭିତରେ ରହୁଛି। ରାଜ୍ୟରେ ଫଟର୍ନିଟି ରେଟ କମ ଅଛି। ଯେତିକି ସରକାରଙ୍କ ତଥ୍ୟ ଦିଆଯାଇଛି ୯୫% ବହୁବିଧ ରୋଗୀ ରହୁଛନ୍ତି। ବର୍ତ୍ତମାନର ମୃତ୍ୟୁସଂଖ୍ୟା ଦେଖି ରାଜ୍ୟରେ ମୃତ୍ୟୁ ବଢିଛି ବୋଲି କହି ହେବ ନାହିଁ । ଏଣେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫,୮୯୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୪୧୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୨୪୭୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୮୫୨ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୦୦ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

Also Read  Vande Bharat Sleeper Train Successfully Completes CRS High-Speed Trial at 180 kmph on Kota-Nagda section