ତିନିଦିନ ହେବ ହଜାରେ ତଳେ ସଂକ୍ରମଣ : ଦିନକରେ ୮୫୨ ଆକ୍ରାନ୍ତ

0
1077

ଭୁବନେଶ୍ୱର : ରାଜ୍ୟରେ ତିନିିଦିନ ହେଲା ହଜାରେ ତଳେ ରହୁଛି ଦୈନିକ ସଂକ୍ରମଣ । ଆଜି ମଧ୍ୟ ଦିନକରେ ୮୫୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତିି । ସେଥିରୁ ୧୮ ବର୍ଷରୁ କମ ବୟସ୍କ ହେଉଛନ୍ତି ୧୮୧ଜଣ ଶିଶୁ ଓ କିଶୋର । ପୂର୍ବ ଭିଳି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୧୬ ଜଣ, ବାଲେଶ୍ୱରରୁ ୨୫ ଜଣ, ବରଗଡ଼ରୁ ୧୧ ଜଣ, ଭଦ୍ରକରୁ ୧୬ ଜଣ, ବଲାଙ୍ଗୀରରୁ ୭ ଜଣ, ବୌଦ୍ଧ ଜିଲ୍ଲାରୁ ୧୨, କଟକରୁ ୬୪ ଜଣ, ଦେବଗଡ଼ରୁ ୧୭ ଜଣ, ଢେଙ୍କାନାଳରୁ ୧୭ ଜଣ, ଗଜପତିରୁ ୩୩, ଗଞ୍ଜାମରୁ ୯ ଜଣ, ଜଗତସିଂହପୁରରୁ ୨୮ ଜଣ, ଯାଜପୁରରୁ ୪୦ ଜଣ, ଝାରସୁଗୁଡ଼ାରୁ ୧୦ ଜଣ, କଳାହାଣ୍ଡିରୁ ୧୧ ଜଣ, କନ୍ଧମାଳରୁ ୨୬ ଜଣ, କେନ୍ଦ୍ରାପଡ଼ାରୁ ୧୪ ଜଣ, କେଉଁଝରରୁ ୧୫ ଜଣ, ଖୋର୍ଦ୍ଧାରୁ ୧୧୩ ଜଣ, କୋରାପୁଟରୁ ୯୦ ଜଣ, ମାଲକାନଗିରିରୁ ୩ ଜଣ, ମୟୁରଭଞ୍ଜରୁ ୨୬ ଜଣ, ନବରଙ୍ଗପୁରରୁ ୨୦, ନୟାଗଡ଼ରୁ ୧୭ ଜଣ, ନୂଆପଡ଼ାରୁ ୨୫ ଜଣ, ପୁରୀରୁ ୧୧ ଜଣ, ରାୟଗଡ଼ାରୁ ୧୩ ଜଣ, ସମ୍ୱଲପୁରରୁ ୩୯ ଜଣ, ସୋନପୁରରୁ ୧୦, ସୁନ୍ଦରଗଡ଼ରୁ ୮୯ ଜଣ ଓ ଷ୍ଟେଟ ପୁଲରୁ ୨୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୨, ୭୯, ୮୯୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୨, ୬୧, ୪୬୭ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୯, ୪୩୩ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

Also Read  Odisha Reports 2,697 New Covid-19 Cases And 23 Deaths