ଫେବୃଆରୀ ୧୯
ଫେବୃଆରୀ ୨୦ ରେ ଇଡେନ୍ ଗାର୍ଡେନ୍ସରେ ଖେଳାଯିବାକୁ ଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି-ଟ୍ୱେଣ୍ଟି ମ୍ୟାଚ ରେ ଖେଳିବେ ନାହିଁ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ I
ଶୁକ୍ରବାର ଦିନ ୨-୦ ରେ ଅଗ୍ରଣୀ ହାସଲ କରିବା ପରେ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ ସିଲ୍ କରି ସାରିଥିବାରୁ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ତୃତୀୟ ଟି-୨୦ ପାଇଁ ଦୁଇ ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛି। ମାର୍ଚ୍ଚ ୪ ରେ ମୋହଲିରେ ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ସେମାନେ ଟିକେ ବିଶ୍ରାମ ନେଇ ଫେରିପାରିବେ I
ବିସିସିଆଇ ର ନିଷ୍ପତ୍ତି ଅନୁସାରେ ସବୁ ଫର୍ମାଟ ରେ ଖେଳୁଥିବା ଖେଳାଳି ଙ୍କୁ ନିୟମିତଭାବେ ବ୍ରେକ୍ ଦିଆଯାଉଛି I ସେହି ଅନୁସାରେ କୋହଲିଙ୍କୁ ବିଶ୍ରାମ ଦିଆଯିବ I ସେ ପୁଣି ଫ୍ରେଶ ହେଇ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ରେ ଖେଳିବେ I ତାର ଅର୍ଥ ସେ ଶ୍ରୀଲଙ୍କା ସହ ହେବାକୁ ଥିବା ଟି-ଟ୍ୱେଣ୍ଟି ରେ ଖେଳିବେ ନାହିଁ I
ସପ୍ତାହକ ମଧ୍ୟରେ ଶ୍ରୀଲଙ୍କା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍ ପାଇଁ ବିସିସିଆଇ ଦଳ ଘୋଷଣା କରିବାର ସମ୍ଭାବନା ରହିଛି।
କୋହଲି ଏପର୍ଯ୍ୟନ୍ତ ୯୯ ଟି ଟେଷ୍ଟ ଖେଳିଛନ୍ତି ଏବଂ ମୋହାଲିରେ ତାଙ୍କର ୧୦୦ ତମ ଅପେକ୍ଷାରେ ରହିବେ | ପିଠି ସମସ୍ୟା ହେତୁ ସେ ଦକ୍ଷିଣ ଆଫ୍ରିକାରେ ଜୋହାନ୍ସବର୍ଗ ଟେଷ୍ଟରୁ ବଞ୍ଚିତ ହୋଇଥିଲେ।